ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ଚେଷ୍ଟା କରିବେ। ବେପାରୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ବୃଷ: ଆପଣଙ୍କର ମାନସିକ ଅଶାନ୍ତି ହ୍ରାସ ହେବ। ଆୟ ବୃଦ୍ଧି ପାଇଁ ଉଚିତ ସୁଯୋଗ ପାଇବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

ମିଥୁନ: ଆପଣଙ୍କ ତର୍କ ଶକ୍ତି ଅନ୍ୟମାନଙ୍କୁ ପସନ୍ଦ ହେବ। ଅଫିସରେ କୌଣସି ବଡ଼ ଡିଲ୍‌ ହୋଇପାରେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ।

କର୍କଟ: ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତାର ମାର୍ଗ ଖୋଲିବ। ବ୍ୟବସାୟରେ କୌଣସି ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ।

ସି˚ହ: ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ପ୍ରିୟତମଙ୍କ ସହିତ ମିଶିବା ପାଇଁ ଭଲ ସମୟ।

କନ୍ୟା: ରାଜନୀତି କ୍ଷେତ୍ରରେ ଥିବା ମହିଳାମାନେ ଶୁଭଫଳ ପାଇବେ। ବ୍ୟବସାୟରେ ଆପଣ ବଡ଼ ଡିଲ୍‍ର ଅ˚ଶୀଦାର ହୋଇପାରନ୍ତି। ଘରକୁ କୌଣସି ବନ୍ଧୁ ଆସିବେ।

ତୁଳା: ନେତା ଆପଣଙ୍କୁ ବଡ଼ କାମ ଦେବେ। ଚାକିରିରେ ସଫଳତା ପାଇବେ। ବ୍ୟବସାୟରେ ବାକି ପଡ଼ିଥିବା ପଇସା ମିଳିବାର ସମ୍ଭାବନା ରହିଛି।

ବିଛା: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି କୌଣସି ସୁଯୋଗ ପାଇବେ। ପ୍ରିୟତମାଙ୍କ ସହିତ ସମ୍ବନ୍ଧ ଆହୁରି ସୁଖଦ ହେବ। ବ୍ୟବସାୟରେ ଲାଭ ହେବ।

ଧନୁ: ଲାଗି ରହିଥିବା ବିବାଦର ସମାଧାନ ହେବ। ଅଫିସରେ ଆପଣଙ୍କୁ ଦାୟିତ୍ବପୂର୍ଣ୍ଣ କାମ ମିଳିପାରେ। କାରବାରରେ ବିସ୍ତାର ହେବ।

ମକର: ସକାରାତ୍ମକ ଭାବନାରେ ରୁହନ୍ତୁ। କ୍ୟାରିୟରକୁ ଏକ ନୂଆ ଦିଗ ମିଳିବ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ ଜଣାଇବେ।

କୁମ୍ଭ: ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ। ପୁଞ୍ଜି ନିବେଶ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଉତ୍କୃଷ୍ଟ ହେବ।

ମୀନ: ଆପଣଙ୍କୁ ଲାଭର କିଛି ସୁଯୋଗ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ସମ୍ବନ୍ଧିତ ଖବର