ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଆପଣଙ୍କ ଉନ୍ନତି ପାଇଁ ରାସ୍ତା ଖୋଲିବ। ବିବାଦୀୟ ପ୍ରସଙ୍ଗରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ‌

 

ବୃଷ: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ପାଇଁ ଜୀବନସାଥୀ ଖୁସି ରହିବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ମିଥୁନ: ଓକିଲଙ୍କ ଲାଗି ଦିନଟି ଭଲ; ନୂଆ ମକଦ୍ଦମା ହାତକୁ ଆସିବ। ପ୍ରିୟ ବନ୍ଧୁର କଥାକୁ ଖରାପ ଭାବନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଭ‌ାବିଚିନ୍ତ ଖର୍ଚ୍ଚ କରନ୍ତୁ।‌

କର୍କଟ: ବିବାଦ ଠାରୁ ନିଜକୁ ଦୂରରେ ରଖନ୍ତୁ। ନ ଭାବିଚିନ୍ତି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ। ଶିକ୍ଷାର୍ଥୀ କୌଣସି ବିଷୟରେ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ନେବେ।‌

ସିଂହ: ଆପଣଙ୍କ ସମସ୍ୟାର ସମାଧାନ ସହଜରେ ହୋଇଯିବ। ନୂଆ କାମ ଆରମ୍ଭ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ‌

କନ୍ୟା: ନୂଆ ବ୍ୟବସାୟରେ ଯୋଡ଼ି ହେବାର ସୁଯୋଗ ପାଇବେ। ଝିଅର ଶ୍ବଶୁର ଘରୁ ଖୁସି ଖବର ପାଇବେ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ।

 

ତୁଳା: ଅଭିଭାବକଙ୍କ ଠାରୁ ଆପଣ ପ୍ରେରଣା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କ ବ୍ୟବହାରରେ ବୟସ୍କ ଲୋକ ଖୁସି ହେବେ। ସ୍ବାସ୍ଥ୍ୟ ଭଲ ରହିବ।

ବିଛା: ଲୋକେ ଆପଣଙ୍କ ବ୍ୟବହାରରେ ସନ୍ତୁଷ୍ଟ ରହିବେ। କଳାକ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଆପଣଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ। ପ୍ରେମ ଜୀବନ ମଧୁର ହେବ।

 

ଧନୁ: ଘର ଲୋକଙ୍କ ସହ ଭଲ ସମୟ କାଟିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ସୁଧାର ଆସିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ଆପଣଙ୍କୁ ରୋଜଗାରର ନୂଆ ସୁଯୋଗ ମିଳିବ।

 

ମକର: ପଇସା ନେବାଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଶିକ୍ଷାର୍ଥୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ।

 

କୁମ୍ଭ: ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସେ ସମ୍ବନ୍ଧରେ ଘର ଲୋକଙ୍କୁ କହିବେ। ଗୃହିଣୀ ରୋଷେଇ ଘରେ ବ୍ୟସ୍ତ ରହିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଯୋଜନା କରିବେ।

ମୀନ: ସରକାରୀ କାମରେ କିଛି ଲୋକଙ୍କର ସମର୍ଥନ ପାଇବେ। ପ୍ରିୟବନ୍ଧୁ ଆପଣଙ୍କୁ ଖୁସି ଖବର ଶୁଣାଇବେ। କାରବାର ବଢ଼ାଇବା ଲାଗି ଆପଣଙ୍କୁ କିଛି ମଉକା ମିଳିବ।

ସମ୍ବନ୍ଧିତ ଖବର