ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ଆପଣଙ୍କର ସଦ୍‌ଗୁଣ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ। ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ପରିବାର ସହିତ ଧର୍ମାନୁଷ୍ଠାନକୁ ଯାଆନ୍ତୁ, ଶୁଭ ହେବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ନିଃସ୍ୱାର୍ଥ ସମାଜ ସେବାରୁ ପ୍ରତିଷ୍ଠା ମିଳିବ। ଅଫିସରେ କୌଣସି ଗୁରୁତ୍ଵପୂର୍ଣ୍ଣ ଫଇସଲା ନେବେ। ସନ୍ଧ୍ୟାରେ ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ସବୁଜ। ଆରାଧନା: ହର ପାର୍ବତୀ।

 

ମିଥୁନ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। ବ୍ୟବସାୟରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବାହାର କାମରେ ଗଲାବେଳେ ସାବଧାନତାର ସହ ଗାଡ଼ି ଚଳାନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବଗଳାମୁଖୀ।

 

କର୍କଟ: ବ୍ୟବସାୟରେ ନୂଆ କାମ ଆରମ୍ଭ କରନ୍ତୁ, ଲାଭପ୍ରଦ ହେବ। କୌଣସି କାମରେ ଭାଇଙ୍କ ସହଯୋଗ ମିଳିବ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 


ସିଂହ: ବ୍ୟବସାୟ ବୃଦ୍ଧି ଲାଗି ନୂଆ ସାଥୀ ମିଳିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ନିଯୁକ୍ତିର ସୂଚନା ମିଳିବ। ଘରୋଇ ସୁଖ ସୁବିଧା ବୃଦ୍ଧି ଲାଗି ନୂଆ ଜିନିଷ କିଣିବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ଯ୍ୟଦେବ।

 

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ବଢ଼ିଆ ଚାକିରିର ସୁଯୋଗ ଆସିବ। ଜମି ଦଲାଲଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ। କ୍ରିକେଟ ଖେଳାଳିଙ୍କର ପ୍ରଦର୍ଶନ ବଢ଼ିଆ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

ତୁଳା: ଅଫିସରେ ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ରଖନ୍ତୁ। ଆପଣ କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। କ୍ୟାରିୟରରେ ନୂଆ ମୋଡ଼ ନେବା ଲାଗି ଦିନଟି ଶୁଭ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଭଦ୍ରକାଳୀ।

 


ବିଛା: କାର୍ଯ୍ୟକ୍ଷେତ୍ରର ପରିସୀମା ବୃଦ୍ଧି ଲାଗି ଦିନଟି ବଢ଼ିଆ ରହିବ। ଉଚ୍ଚ ପଦାଧିକାରୀଙ୍କ ସହିତ ସଂପର୍କ ଘନିଷ୍ଠ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିବ। ବ୍ୟବସାୟରେ ବଡ଼ ଡିଲ୍‌ କରିପାରନ୍ତି। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

 

ଧନୁ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଲାଗିରହିଥିବା କୌଣସି ସମସ୍ୟାର ସମାଧାନ ହେବ। ଅଫିସ୍‌ର କିଛି କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଅଚାନକ ଧନପ୍ରାପ୍ତି ହେବ। ଅବିବାହିତଙ୍କୁ ବିବାହ ଲାଗି ବଢ଼ିଆ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ପାଟଣେଶ୍ୱରୀ।

 


ମକର: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପଦବି ମିଳିବ। କୌଣସି ନୂଆ ସଂପର୍କରୁ ଧନଲାଭ ହେବ। ରାଜନୀତିରେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖଶାନ୍ତିଭରା ରହିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

କୁମ୍ଭ: ଆପଣଙ୍କ ଭିତରେ ଉଠୁଥିବା କ୍ରୋଧକୁ ଠିକ୍‌ ଦିଶା ଦିଅନ୍ତୁ। କୌଣସି କାମରୁ ବଡ଼ ଫାଇଦା ହେବ। ବ୍ୟାଙ୍କ୍‌ର ଅର୍ଥ ନେଣଦେଣ ସାବଧାନତାର ସହ କରିବା ଜରୁରୀ। ଜୀବନସାଥୀଙ୍କଠାରୁ ସକାରାତ୍ମକ ସଂକେତ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

 


ମୀନ: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସଂପର୍କ ହେବ। ଫୁଟବଲ ଖେଳାଳିଙ୍କ ଲାଗି ଦିନଟି ଶୁଭ। ମହିଳାଙ୍କୁ ଅଚାନକ ଧନଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ସମ୍ବନ୍ଧିତ ଖବର