ଜାଣନ୍ତୁ ଆଜିର ରାଶିଫଳ

ମେଷ: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଭାବିଥିବା କାମ ପୂରା ହୋଇଯିବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଲାଭଦାୟକ ରହିବ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଚାକିରି ଓ ବ୍ୟବସାୟରେ ଲାଭ ମିଳିବ। ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ବିଦେଶରେ ଶିକ୍ଷା ସମ୍ବନ୍ଧରେ ଋଣ ନେବା ଲାଗି ସମୟ ଶୁଭ। ଘରକୁ ଅତିଥିଙ୍କ ଆସିବା ଯିବା ଲାଗି ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଗୁପ୍ତେଶ୍ୱର।

 

ମିଥୁନ: କଠିନ ପରିଶ୍ରମ କରନ୍ତୁ, ସୁଫଳ ପାଇବେ। ଅନ୍ୟମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ଟିକେ ସତର୍କ ରହନ୍ତୁ। ସନ୍ତାନଙ୍କ ତରଫରୁ ଖୁସି ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଯାହା ବି କାମ କରିବେ, ସଫଳତା ହାସଲ କରିବେ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ବନ୍ଧୁଙ୍କ ମେଳରେ ଆପଣଙ୍କର ମାନସମ୍ମାନ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

 


ସିଂହ: ପୂଜାପାଠରେ ସମୟ ବିତିବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ, ଆଜି ତାହା ଆପଣଙ୍କୁ ମିଳିବ। ଭାଇଭଉଣୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଖେଳାଳିଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କାଳୀଜାଈ।

 

କନ୍ୟା: ଇଷ୍ଟଦେବଙ୍କ ଆରାଧନା କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ଅଫିସ୍‌ରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଆପଣଙ୍କର କୌଣସି ଇଚ୍ଛା ପୂରା ହେବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ମହତ୍ତ୍ଵପୂର୍ଣ୍ଣ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

ତୁଳା: ଆପଣଙ୍କ ବିଚାର ସକାରାତ୍ମକ ରହିବ। ନିଜର ଲକ୍ଷ୍ୟ ହାସଲ ଲାଗି ଠୋସ୍‌ ଯୋଜନା କରିବେ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ଘର ସଜାଇବା ପାଇଁ କୌଣସି ଉପକରଣ କିଣିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ବିଛା: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଘରୋଇ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ବ୍ୟବସାୟରେ ଉନ୍ନତି ପାଇଁ ରାସ୍ତା ଉନ୍ମୁକ୍ତ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଚନ୍ଦନେଶ୍ୱର।

 

ଧନୁ: କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ଓ ପ୍ରଶଂସା ମିଳିବା ଯୋଗ ରହିଛି। ପ୍ରିୟବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଆମୋଦ ପ୍ରମୋଦ ଓ ମନୋରଂଜନ କାର୍ଯ୍ୟରେ ସମୟ କଟିବ। ବେକାରଙ୍କୁ ରୋଜଗାର ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କୀଚକେଶ୍ୱରୀ।

 


ମକର: ଭାଗ୍ୟ ଆପଣଙ୍କୁ ସାଥ ଦେବ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ନାରାୟଣୀ।

 

କୁମ୍ଭ: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ମିଠା କଥା କହି ସ୍ଥଗିତ ଥିବା କାମ ସହଜରେ କରିନେବେ। ପରିବାରରେ ଖୁସିର ମାହୋଲ ରହିବ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ମୀନ: ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଅମ୍ବିକା।

ସମ୍ବନ୍ଧିତ ଖବର