ଜାଣନ୍ତୁ ଅାଜିର ରାଶିଫଳ

ମେଷ: ଆପଣଙ୍କ କ୍ୟାରିୟର ଲାଗି ଭଲ ଦିନଟିଏ। ନୂଆ କାମର ଯୋଜନା କରିପାରନ୍ତି। ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ବଡ଼ ଅର୍ଡର ମିଳିବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଲିଙ୍ଗରାଜ।

 

ବୃଷ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ମନର କଥା କାହାରିକୁ କହିବେ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ବିଦେଶରେ ଶିକ୍ଷା ପ୍ରାପ୍ତି ଲାଗି ଦିନଟି ଭଲ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

ମିଥୁନ: ନିଜ ଭାବନାରେ ସକାରାତ୍ମକ ବଜାୟ ରଖନ୍ତୁ। କୌଣସ ବିବାଦ କିମ୍ବା ମକଦ୍ଦମାରେ ଜଟିଳତା ବଢ଼ିପାରେ। ଅଫିସରେ କାମର ବୋଝ ବଢ଼ିବ। ଆର୍ଥିକ ପକ୍ଷ ଦୁର୍ବଳ ହେବାରୁ ପରିବାରରେ ଅଶାନ୍ତି ଦେଖାଦେବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

 

କର୍କଟ: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣ ସୁଖଦ ଓ ଆନନ୍ଦଦାୟକ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଗୁପ୍ତେଶ୍ୱର।

 

ସିଂହ: ଆପଣଙ୍କର ମହତ୍ତ୍ଵାକାଂକ୍ଷା ସମୟ ବିତିବା ସଙ୍ଗେ ସଙ୍ଗେ ବଦଳି ଯିବ। ପାରିବାରିକ ଜୀବନ ସୁଖ ଶାନ୍ତିଭରା ରହିବ। ବନ୍ଧୁଙ୍କର ଆଜି ପୂରା ସହଯୋଗ ମିଳିବ। ଆପଣଙ୍କୁ ନୂଆ ସ୍ରୋତରୁ ଧନଲାଭ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

କନ୍ୟା: ଆଜି ଆପଣଙ୍କର ବଡ଼ ସ୍ୱପ୍ନ ପୂରା ହୋଇଯିବ। ଓକିଲଙ୍କ ପାଇଁ ଦିନଟି ଲାଭପ୍ରଦ। ଆର୍ଥିକ ପକ୍ଷ ମଜଭୁତ ହେବ। ନାରାଜ ଥିବା ବନ୍ଧୁଙ୍କୁ ମନାଇ ନେବେ। ବିଦେଶ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।

 

ତୁଳା: ଅଫିସରେ ଆପଣଙ୍କୁ ଯୋଗ୍ୟ ପ୍ରମାଣିତ କରିବାରେ ସଫଳ ହେବେ। ଜୀବନସାଥୀ ଓ ପାଖଲୋକଙ୍କ ସହିତ ସୌହାର୍ଦ୍ଦପୂର୍ଣ୍ଣ ସମ୍ବନ୍ଧ ରହିବ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ସୃଷ୍ଟି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

 


ବିଛା: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ନୂଆ ଯୋଜନାର ସୂତ୍ରପାତ ହେବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ଅଫିସରେ କୌଣସି ପୁରସ୍କାର ବା ପ୍ରଶଂସା ମିଳିପାରେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

 

ଧନୁ: ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ଆଗକୁ ବଢ଼ିବା ଲାଗି ପରିବାରର ପୂରା ସହଯୋଗ ମିଳିବ। କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳ ହେବେ। ବକେୟା ପଇସା ମିଳିବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଅମ୍ବିକା।

 

ମକର: ପରିଶ୍ରମ ଦ୍ୱାରା ଆମଦାନି ବୃଦ୍ଧି କରାଇବେ। ଦୀର୍ଘ ଦିନର ଚିନ୍ତା ଦୂର ହେବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ପ୍ରେମ ସମ୍ବନ୍ଧରେ କୌଣସି ମନୋକାମନା ପୂରଣ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଲିଙ୍ଗରାଜ।

 

କୁମ୍ଭ: ବ୍ୟବସାୟ ପାଇଁ ଭଲ ଅବସର ମିଳିବ। ଭାଇ ଓ ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କର କୌଣସି କଥାକୁ ନେଇ ନାରାଜ ହୋଇପାରନ୍ତି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

 


ମୀନ: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ। କାର୍ଯ୍ୟାଳୟରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସମ୍ବନ୍ଧିତ ଖବର