/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଆପଣଙ୍କର ସ୍ଥଗିତ ଥିବା ଯୋଜନା ପୂରା ହେବ। ଅନ୍ୟମାନଙ୍କ ମାମଲାରେ ଅଧିକାର ଜାହିର କରନ୍ତୁ ନାହିିଁ। ଜମି କିଣିବା ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ର ନିଜର ଗୁରୁଜନଙ୍କ ଠାରୁ ମାର୍ଗ ଦର୍ଶନ ନିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ପୂଜାପାଠରେ ସଂପୂର୍ଣ୍ଣ ଭାବେ ଆପଣଙ୍କ ମନ ଲାଗି ରହିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। କୌଣସି କାମରୁ ବଡ଼ ଫାଇଦା ହେବ। ଅଫିସ୍ରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ ଏବଂ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ହର ପାର୍ବତୀ।
ମିଥୁନ: ପଡ଼ୋଶୀଙ୍କ ଠାରୁ ଭଲ ଖବର ଶୁଣିବେ। ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ। ଅଫିସ୍ରେ କୌଣସି ସହକର୍ମୀଙ୍କ ସହିତ ବିତର୍କ ହୋଇପାରେ। ଜମି କିଣା-ବିକାରେ ଆପଣଙ୍କୁ ଲାଭ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସମଲେଶ୍ୱରୀ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ପ୍ରତିଟି କାମରେ ମନ ଲାଗିବ। ଭାଇ ଓ ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ। ଜମି ଓ କାନୁନ ବିବାଦର ସମାଧାନ ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।
ସିଂହ: ବ୍ୟବସାୟରେ ଭଲ ଫାଇଦା ହେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ବଜାରରେ ଅଟକିଥିବା ପଇସା ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ଵ ମିଳିପାରେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।
ତୁଳା: ଆପଣଙ୍କ ମନୋବଳରେ ଆପଣଙ୍କୁ ସଫଳତା ମିଳିବ। ବିଦେଶରୁ କୌଣସି ଭଲ ଖବର ପାଇବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ନୂଆ ଘର କିଣିବା ଲାଗି ଆଗ୍ରହ ବୃଦ୍ଧି ହେବ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।
ବିଛା: ଧର୍ମକର୍ମ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ବହୁ ଦିନର ସ୍ୱପ୍ନ ସାକାର ହେବ। ଅଚାନକ ଖୁସି ଖବର ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ସବୁ ଲୋକ ଆପଣଙ୍କ କାମରେ ପ୍ରଭାବିତ ହେବେ। ଅଫିସ୍ର କିଛି କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ନୂଆ ସଉଦା କରିବା ପୂର୍ବରୁ ଦଲିଲକୁ ଭଲ ଭାବେ ଯାଞ୍ଚ କରି ନିଅନ୍ତୁ। ଜୀବନସାଥୀଙ୍କ ସହିତ ନିଜକୁ ସଂଯମ ରଖି କଥାବାର୍ତ୍ତା କରନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଲକ୍ଷ୍ମୀ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଘର ବା ଅଫିସ୍କୁ ସଜାଇ ନୂତନତ୍ଵ ଆଣିବେ। ଆଜି ଆପଣଙ୍କୁ ବଡ଼ ଭାଇଙ୍କ ସହଯୋଗ ମିଳିବ। ପୁରୁଣା ଚିନ୍ତା ସମାପ୍ତ ହେବ। ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ରାଜନୀତିରେ ମହତ୍ତ୍ୱାକାଂକ୍ଷା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।
କୁମ୍ଭ: ଅଫିସ୍ରେ ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ଡାକରା ଆସିବ। ସ୍ଥଗିତ ଥିବା କାମ ବନ୍ଧୁ ଓ ସହକର୍ମୀଙ୍କ ସହାୟତା ପାଇ କରିନେବେ। ବ୍ୟବସାୟରେ ଅଂଶୀଦାର ହେବା ପାଇଁ ସମୟ ଅନୁକୂଳ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।
ମୀନ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ଆପଣଙ୍କ ବ୍ୟକ୍ତିତ୍ଵରେ ଲୋକେ ପ୍ରଭାବିତ ହେବେ। ବ୍ୟବସାୟରେ ଅଶାନ୍ତି ହ୍ରାସ ହେବ। ନାରାଜ ଥିବା ଜୀବନସାଥୀଙ୍କୁ ମନାଇବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/Rashifala-1-2-1-1-1-1.jpg)