ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। କ୍ୟାରିୟର ଗଢ଼ିବା ପାଇଁ ଭଲ ଅବସର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ବୃଷ: ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ମିଷ୍ଟ ବ୍ୟବହାରରେ ସବୁ କାମ ପୂରା କରିନେବେ। ଆର୍ଥିକ ସମସ୍ୟାର ସମାଧାନ ହେବ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

 


ମିଥୁନ: ନିଜର ମନୋଭାବକୁ ନିୟନ୍ତ୍ରଣରେ ରଖନ୍ତୁ। ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ବ୍ୟାଙ୍କରେ ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ ନିଜର କଥାକୁ ଠିକ୍‌ ଢଙ୍ଗରେ ରଖନ୍ତୁ। ପରିବାରରେ କୌଣସି ବଡ଼ ଖୁସି ଆସିପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

 

କର୍କଟ: ଦିମାକରେ ଲାଗିରହିଥିବା ନକରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ। ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଚିନ୍ତା କରିବେ। ଲୁହା ସିମେଣ୍ଟ ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ପ୍ରେମିକଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

 

ସିଂହ: ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ସିନିୟର ଆପଣଙ୍କ କାମରେ ଖୁସି ରହିବେ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଛାତ୍ରମାନେ ନିଜର ପରିଯୋଜନାରେ ଅଧିକ ପରିଶ୍ରମ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ୱତୀ।

 

କନ୍ୟା: ଭାଗ୍ୟର ସହଯୋଗ ପାଇବେ। ଅପରିଚିତଙ୍କ ସହିତ ସଂପର୍କ ସ୍ଥାପନ ହେବ; ଯାହା ଦ୍ଵାରା ଭବିଷ୍ୟତରେ ଯଥେଷ୍ଟ ଲାଭ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ବ୍ୟବସାୟରେ ସଫଳତା ନିଶ୍ଚିତ ପାଇବେ। ପରିବାର ସହିତ ଧାର୍ମିକ ଆୟୋଜନକୁ ଯିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

 


ତୁଳା: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ କଟିବ। ମନରେ ଗୁରୁଜନଙ୍କ ପ୍ରତି ପ୍ରେମ ଭାବ ରହିବ। ଉନ୍ନତି ପାଇଁ ବିଭିନ୍ନ ରାସ୍ତା ସାମନାକୁ ଆସିବ। ଜମି କିଣିବା ପାଇଁ ଦିନଟି ଶୁଭ। ଲୁହା ଓ ଷ୍ଟିଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

 

ବିଛା: ଆଜି କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ଅନ୍ୟମାନଙ୍କ ଗଣ୍ଡଗୋଳକୁ ପଶନ୍ତୁନାହିଁ। ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ। ବ୍ୟବସାୟରେ ଫାଇଦା ହେବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ଧନୁ: ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବା ଯୋଗ ରହିଛି। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ଅଚାନକ ଧନଲାଭ ହେବ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ପାଟଣେଶ୍ୱରୀ।

 

ମକର: ବ୍ୟବସାୟରୁ ବେଶି ଲାଭ ପାଇବା ପାଇଁ ଅଧିକ ମନଯୋଗ ସହକାରେ ସବୁ କାମ କରିବେ। ଲାଗି ରହିଥିବା ଝଗଡ଼ାରୁ ମୁକ୍ତି ପାଇବେ। ରାଜନୀତିକ ନେତାମାନଙ୍କ ଲାଗି ଦିନଟି ଶୁଭ। ବିଜ୍ଞାନଛାତ୍ର କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 


କୁମ୍ଭ: ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ନ୍ୟାୟିକ ମାମଲା ଆପଣଙ୍କୁ ବିରକ୍ତି କରିପାରେ। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ। ଆଜି ଆପଣ ଦରକାରୀ ସାମଗ୍ରୀ କିଣିବା ପାଇଁ ବଜାରକୁ ଯିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସମଲେଶ୍ୱରୀ।

 

ମୀନ: ଦିନଟି ଆପଣଙ୍କ ପାଇଁ ସହଜ ହେବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ପରିବର୍ତ୍ତନ କରିବେ। ଆର୍ଥିକ ସ୍ଥିତିରେ ସୁଧାର ନିଶ୍ଚୟ ହେବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରୁ ଭଲ ଫଳାଫଳ ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ସମ୍ବନ୍ଧିତ ଖବର