ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନରେ ମଉଜ ମଜଲିସ ଲାଗି ଭଲ ଅବସର ପାଇବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ଵାରା ଭବିଷ୍ୟତରେ ଲାଭ ମିଳିବ। ଘରକୁ ବନ୍ଧୁଙ୍କ ଆସିବା ଯିବା ଲାଗି ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ୱରୀ।

 

ବୃଷ: କାମରେ ଆପଣଙ୍କର ଆତ୍ମବିଶ୍ୱାସର ଝଲକ ଦେଖାଦେବ। ମୁସ୍କିଲ ପ୍ରଶ୍ନର ସମାଧାନ ବାହାର କରିନେବେ। ବ୍ୟବସାୟରେ ନୂଆ ଦିଗ ମିଳିବ। ରାଜନୀତିରେ ପଦ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବଗଳାମୁଖୀ।

 

ମିଥୁନ: ଦିନଟି ଆପଣଙ୍କ ଲାଗି ଖୁସି ନେଇ ଆସିବ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ଅଚାନକ ଧନଲାଭ ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ମହାମୃତ୍ୟୁଞ୍ଜୟଶ୍ୱର।

 

କର୍କଟ: ପୂଜାପାଠରେ ଅଧିକ ସମୟ ବିତିବ। ସକାରାତ୍ମକ ଭାବନାରେ ଅଧିକ ସମୟ ରହିବେ। ନୂଆ ଚୁକ୍ତି ଓ ଅନୁବନ୍ଧ ପାଇଁ ସମୟ ଶୁଭ। ପରିବାର ଲୋକଙ୍କ ଠାରୁ ଖୁସି ମିଳିପାରେ। ଚାକିରି ତଲାସରେ ଥିବା ମହିଳାଙ୍କୁ ବଢ଼ିଆ ଚାକିରି ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 


ସିଂହ: ଜୀବନରେ କ’ଣ ପାଇଛନ୍ତି, କ’ଣ ହରାଇଛନ୍ତି; ସେହି ଚିନ୍ତାରେ ଅଧିକ ସମୟ କଟିବ। ସ୍ୱଭାବରେ ବିନମ୍ର ହୋଇ ଗୁରୁଜନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ପରିଶ୍ରମ ଅଧିକ କରନ୍ତୁ; ସଫଳତା ପାଇବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

 କନ୍ୟା: ସମୟ ଆପଣଙ୍କ ଲାଗି ଅନୁକୂଳ। ବିଦେଶରୁ ଭଲ ଖବର ପାଇବେ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ଅଧିକ ସମୟ କଟିବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ପ୍ରେମ ସଂପର୍କରେ ସଫଳତା ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସନ୍ତୋଷୀ ମାତା।

 


ତୁଳା: ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ଵ ଅନ୍ୟମାନଙ୍କୁ ଆକର୍ଷିତ କରିବ। କାରବାରରେ ଲାଭ ହେବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ। ମିତବ୍ୟୟୀ ହେବେ। ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଗାୟତ୍ରୀ।

 


ବିଛା: ପୂରା ଦିନ ସ୍ଫୂର୍ତ୍ତିଶୀଳ ରହିବେ। କ୍ୟାରିୟରର ଠିକ୍‌ ଦିଶାରେ ଅଗ୍ରସର ହେବେ। ଆର୍ଥିକ ଲାଭ ହେବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। କ୍ରିକେଟ ଖେଳାଳିମାନେ ଭଲ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଶଂସାଭାଜନ ହେବେ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ହନୁମାନ।

 


ଧନୁ: ଆପଣ ନିଜର କାମ ପ୍ରତି ସକ୍ରିୟ ରହିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥାକୁ ଠିକ୍‌ ଭାବରେ ରଖିପାରିବେ। ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭୈରବୀ।

 


ମକର: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। କଣସି ଶୁଭ ସୂଚନା ପାଇବେ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ଆମଦାନି ପାଇଁ ନୂଆ ସ୍ରୋତ ମିଳିବ। ପ୍ରେମ ପ୍ରସଙ୍ଗ ଲାଗି ନୂଆ ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

 

  କୁମ୍ଭ: ସାରାଦିନ ଖୁସି ମନରେ ରହିବେ। କ୍ୟାରିୟର ଗଢ଼ିବା ଲାଗି ସୁନ୍ଦର ପ୍ରସ୍ତାବ ପାଇବେ। ମିତ୍ରଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ଦମନ କରିବେ। ଅଚାନକ ଧନଲାଭ ହେବ। ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି। ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଚନ୍ଦନେଶ୍ୱର।

ସମ୍ବନ୍ଧିତ ଖବର