ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଉନ୍ନତି ସମ୍ବନ୍ଧୀୟ ଉପଯୋଗୀ କଥା ସାମନାକୁ ଆସିବ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଖୁବ୍‌ ଭଲ କରିବା ପାଇଁ ଲେଖାପଢ଼ାରେ ମନଯୋଗ ଦେବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 

ବୃଷ: ଆଜି ଆପଣଙ୍କର ବଡ଼ ସ୍ୱପ୍ନ ପୂରା ହୋଇଯିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ବ୍ୟବସାୟରେ ଧନଲାଭ ହେବ। ଅଫିସରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବଗଳାମୁଖୀ।

 

ମିଥୁନ: ଆପଣଙ୍କ ଊର୍ଜାର ସ୍ତର ଭଲ ରହିବ। ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ସଉଦାରୁ ଆଶାଠୁଁ ଅଧିକ ଲାଭ ହେବ। ଘରର ବାତାବରଣ ଠିକ୍‌ ରହିବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

କର୍କଟ: ଭିନ୍ନ ଭିନ୍ନ ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ଅଶାନ୍ତି କମ୍‌ ହେବ। ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଆୟ ତୁଳନାରେ ଖର୍ଚ୍ଚ ଅଧିକ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

ସିଂହ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ଵାର ଖୋଲିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ହରପାର୍ବତୀ।

 


କନ୍ୟା: ନିଜ ଉପରେ ବିଶ୍ୱାସ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। ଅଫିସରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ମହାଲକ୍ଷ୍ମୀ।

 


ତୁଳା: ପ୍ରତିଟି କାମରେ ମନ ଲାଗିବ। ଚାକିରି ସମ୍ବନ୍ଧିତ ଭଲ ଖବର ମିଳିବ। ବ୍ୟବସାୟରେ ସଉଦା ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ସମାଜରେ ଆପଣଙ୍କ ମାନସମ୍ମାନ ବଢ଼ିବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ବିଛା: କାମ ପ୍ରତି ନିଜର ଭାବନା ସକାରାତ୍ମକ ରଖନ୍ତୁ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ମିଳିବ। ବ୍ୟବସାୟରେ ତ୍ଵରିତ ଫଇସଲା ଲାଭପ୍ରଦ ହେବ। ସ୍ୱାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ା ସମ୍ବନ୍ଧରେ ସହପାଠୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 


ଧନୁ: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବ୍ୟବସାୟରେ କୌଣସି ଫାଇଦା ପାଇଁ ନୂଆ ଚୁକ୍ତିନାମା ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଜ୍ଜ୍ଵଳ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଦୁର୍ଗା।

 

ମକର: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ଫଳାଫଳ ପାଇବେ। ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ଲାଗି ରହିଥିବା କୌଣସି ମକଦ୍ଦମା ଆପଣଙ୍କ ପକ୍ଷରେ ହେବ। ଫୁଟବଲ ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ପାଟଣେଶ୍ୱରୀ।

 

କୁମ୍ଭ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଆପଣ ଯାହାକୁ କିଛି କହିବେ ସେ ମନା କରିପାରିବେ ନାହିିଁ। ଚାକିରିଆଙ୍କୁ ସରକାରୀ କାମରେ ସଫଳତା ମିଳିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ମୀନ: ଆଜି ଭଲ ଫଳାଫଳ ମିଳିବା ଯୋଗ ରହିଛି। ଆପଣଙ୍କର ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯାହା ଦ୍ଵାରା ଭବିଷ୍ୟତରେ ସେ ସହାୟତା କରିବେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା କପିଳାସ।

ସମ୍ବନ୍ଧିତ ଖବର