publive-imageମେଷ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ସରକାରୀ କ୍ଷେତ୍ରରେ ଆପଣଙ୍କର ଆଶା ପୂରା ହେବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ବୈବାହିକ ଜୀବନ ଆନନ୍ଦଦାୟକ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସୂର୍ଯ୍ୟଦେବ।

Advertisment

publive-image

ବୃଷ: ଦିନଟି ଝଞଟ ଭରା ରହିବ। ଆପଣଙ୍କ ଭିତରେ ଉଠୁଥିବା କ୍ରୋଧକୁ ଠିକ୍‌ ଦିଶା ଦିଅନ୍ତୁ। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ବୈଠକ ହେବ। ଦୂରସ୍ଥାନକୁ ଯାତ୍ରାର ଯିବାର ଯୋଜନା କରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମାଣିକେଶ୍ୱରୀ।

publive-imageମିଥୁନ: ଆପଣଙ୍କ ଦାୟିତ୍ଵକୁ ସୁରୁଖୁରରେ ତୁଲାଇବେ। ଅଚାନକ ଧନପ୍ରାପ୍ତି ହେବ। ରାଜନୀତିରେ ମହତ୍ଵାକାଂକ୍ଷା ପୂରା ହେବ। ମହିଳାମାନେ ପରିଧାନ ଓ ଗହଣା କିଣିବା ପାଇଁ ଉତ୍ସୁକ ହେବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

publive-imageକର୍କଟ: ଗ୍ରହଯୋଗ ଆପଣଙ୍କ ପାଇଁ ଅନୁକୂଳ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। ଆୟ ବଢ଼ିବା ହେତୁ ଆର୍ଥିକ ଚିନ୍ତାରୁ ଆରାମ ପାଇବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

publive-imageସିଂହ: ଖୁସ୍‌ ମିଜାଜର ରହିବେ। ଅନ୍ୟମାନଙ୍କ ସହିତ ହାସ୍ୟାଳାପ କରିବେ। ବ୍ୟବସାୟରେ ଲାଭ ପାଇବେ। ଭୂସଂପତ୍ତିକୁ ନେଇ କୌଣସି ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଜୀବନରେ ଖୁସି ରହିବେ। ଶୁଭରଙ୍ଗ: ବାଦାମୀ। ଆରାଧନା:ମାଆ ଗାୟତ୍ରୀ।

publive-imageକନ୍ୟା: ମନର ଇଚ୍ଛା ପୂରା ହେବ। ବ୍ୟବସାୟର ନୂଆ ଦିଗ ମିଳିବ। ସେୟାର ବଜାରରେ ଅର୍ଥ ନିବେଶ ଲାଗି ସମୟ ଖୁବ୍‌ ଭଲ। ଚାକିରିରେ ଉନ୍ନତି ଯୋଗ ରହିଛି। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

publive-imageତୁଳା: କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ହେତୁ ଖୁସି ରହିବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। କ୍ୟାରିୟର ଗଢ଼ିବା ଲୋକଙ୍କୁ ଭଲ ଅବସର ମିଳିବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ସନ୍ତୋଷୀମାତା।

publive-image

ବିଛା: ପୂଜାପାଠରେ ଅଧିକ ସମୟ ବିତିବ। ସ୍ତ୍ରୀ ଓ ମାଆଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ମଝିଘରିଆଣୀ।

publive-image

ଧନୁ: ଆପଣଙ୍କ ଆଖପାଖରେ ସୁଖ ଓ ଆନନ୍ଦଦାୟକ ମାହୋଲ୍‌ ରହିବ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗ ଦେବାର ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଚିନ୍ତା ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

publive-imageମକର: ଆପଣଙ୍କ ଲାଗି ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ବୈବାହିକ ଜୀବନକୁ ପ୍ରୀତିମୟ ବଜାୟ ରଖିବା ପାଇଁ ଜୀବନସାଥୀଙ୍କ ଭାବନା ଆଦର କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

publive-imageକୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆୟର ନୂଆ ସ୍ରୋତ ଆସିପାରେ। ଆପଣଙ୍କ ବ୍ୟବହାର ବହୁତ ମଧୁର ରହିବ। ଚାକିରିରେ ସନ୍ତୁଷ୍ଟ ରହିବେ। କତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଅମ୍ବିକା।

publive-imageମୀନ: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସନ୍ତାନଙ୍କ କାମରେ ଖୁସି ହେବେ। ସାମାଜିକ କାର୍ଯ୍ୟରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କର ଦୃଷ୍ଟି ପଡ଼ିବ ତାଙ୍କୁ ବନ୍ଧୁଭାବେ ଗ୍ରହଣ କରିନେବେ। ଶୁଭରଙ୍ଗ: ଧୂସର। ଆରାଧନା: ଶ୍ରୀଗଣେଶ।