ଜାଣନ୍ତୁ ଆଜିର ରାଶିଫଳ

ମେଷ: ଲେଖକ ଓ କଳାକାରଙ୍କ ଲାଗି ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ସୁଦୃଢ଼ ହେବ। ନୂଆ ବ୍ୟବସାୟ ଲାଗି ଦିନଟି ଶୁଭ। ପାରିବାରିକ ଜୀବନ ଶାନ୍ତିମୟ ହେବ। ‌

ବୃଷ: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ। କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ଜୀବନସାଥୀ ସହ ମଧୁରତା ବଢ଼ିବ।

ମିଥୁନ: ନିଜ ବିଚାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚେଷ୍ଟା କରନ୍ତୁ। ବେପାରରେ ଅନ୍ୟମାନଙ୍କ ସହ ସଂପର୍କ ଲାଭପ୍ରଦ ହେବ। ପରିବାରରେ ଶାନ୍ତ ବାତାବରଣ ରହିବ। ‌

କର୍କଟ: ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ସ୍ବାଦିଷ୍ଠ ଭୋଜନର ଆନନ୍ଦ ନେବେ। ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ। କୌଣସି ଜରୁରୀ କାମରେ ସଫଳ ହେବେ।

ସିଂହ: ଦିନଟି ରଚାନାତ୍ମକ କାର୍ଯ୍ୟରେ ବିତିବ। ସନ୍ଧ୍ୟା ପୂର୍ବରୁ ଯଥା ସମ୍ଭବ କାମ ସାରିଦିଅନ୍ତୁ। ପ୍ରିୟତମଙ୍କୁ ହୃଦୟର କଥା କୁହନ୍ତୁ, ମନକୁ ଶାନ୍ତି ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ। ‌

କନ୍ୟା: ବହୁ ଦିନର ସ୍ବପ୍ନ ସାକାର ହେବ। ପ୍ରେମିକାଙ୍କୁ ଦାମୀ ଉପହାର ଦେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହିଳମାନଙ୍କ ଲାଗି ଦିନଟି ଭଲ ରହିବ।

ତୁଳା: ନିଜ ପାଇଁ ଯାହା ଗୁରୁତ୍ବପୂର୍ଣ୍ଣ, ସେଥିରେ ମନ ଦିଅନ୍ତୁ। ପରିବାର, କାମ ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଖେଳାଳିମାନେ ପ୍ରତିଯୋଗିତାରେ ଭଲ କରିବେ।

ବିଛା: ଶାନ୍ତ ରହି ନିଜର ପ୍ରାଥମିକତାକୁ ପ୍ରଥମେ ଚୟନ କରନ୍ତୁ। ସରକାରୀ ଚାକିରିଆଙ୍କର କାମର ବୋଝ ଅଧିକ ରହିବ। ଜୀବନସାଥୀ ସହ ପୂର୍ବ କଥାରୁ ବଚସା ହୋଇପାରେ। ‌


ଧନୁ: ନିଜର ଆର୍ଥିକ ସ୍ଥିତିକୁ ଦେଖି ଭବିଷ୍ୟତ ଲାଗି ଯୋଜନା କରନ୍ତୁ। ବ୍ୟବସାୟକୁ ବିସ୍ତାର କରିବା ଲାଗି ଭାବିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ମକର: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ। ବିଦେଶରେ ଚାକିରି କରବାକୁ ଚାହୁଁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ଖେଳାଳିମାନେ ପୁରସ୍କୃତ ହେବେ।

କୁମ୍ଭ: ଧାର୍ମିକ କାର୍ଯ୍ୟରେ ମନ ଲାଗିିବ। ଏଭଳି କୌଣସି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଭବିଷ୍ୟତରେ ଲାଭପ୍ରଦ ହେବେ। ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। ‌

ମୀନ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନରଖିଲେ ସୁଯୋଗ ହାତଛଡ଼ା ହୋଇଯିବ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ। ‌

ସମ୍ବନ୍ଧିତ ଖବର