/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାରେ ସଫଳ ହେବେ। ଗୁରୁତ୍ବପୂର୍ଣ୍ଣ ସରକାରୀ କାମରେ ସଫଳତା ପାଇବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଘର କାମରେ ବ୍ୟସ୍ତ ରହିବେ। ବୃତ୍ତିରେ ନୂଆ ଯୋଜନା ତିଆରି କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପ୍ରେମ ଜୀବନ ମଧୁର ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ପରିଜନଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। ପଇସା ନେବା-ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ବେପାରରେ ଲାଭ ହେବ। ସଙ୍ଗୀତଜ୍ଞଙ୍କୁ ବଡ଼ ସୁଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ପରିବାର ସହ ମଧ୍ୟାହ୍ନ ଭୋଜନର ଆନନ୍ଦ ଉପଭୋଗ କରିବେ। ବ୍ୟବସାୟରେ ଲାଭ କମ୍ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଅଧୁରା କାମ ସଂପୂର୍ଣ୍ଣ ହେବ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ସମ୍ବନ୍ଧରେ ଭାରସାମ୍ୟ ରଖି ଚଳନ୍ତୁ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଛୋଟଛୋଟ କଥାରେ ଖୁସି ଖୋଜିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ପରିବାର ଲୋକଙ୍କୁ ସମୟ ଦେବେ। ଆପଣଙ୍କୁ ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ପିତାମାତାଙ୍କର ସହଯୋଗ ପାଇବେ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରୁ ପ୍ରେରଣା ନେବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଆପଣ ଟିକେ ଆଳସ୍ୟ ଅନୁଭବ କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ମନ ଦିଅନ୍ତୁ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଆପଣଙ୍କ ମନରେ ନୂଆ ବିଚାର ଆସିବ। ବାପାମାଆଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବାର ବାଟ ଫିଟିବ। ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ସେତେ ଲାଭ ହେବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ନୂଆ ଉତ୍ସରୁ ଧନଲାଭ ହେବ। କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ। ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। ବାଣିଜ୍ୟ ଛାତ୍ର କିଛି ନୂଆ ଶିଖିବେ।
ମୀନ: ଦୈନନ୍ଦିନ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ପାଇବେ। ଶାରୀରିକ ରୂପେ ନିଜକୁ ସୁସ୍ଥ ଅନୁଭବ କରିବେ। ସାମାଜିକ ପରିସର ବୃଦ୍ଧି ପାଇବ। ଆପଣଙ୍କୁ ଆର୍ଥିକ ସଫଳତା ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)