ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟୀ କୌଣସି ବଡ଼ ନିଷ୍ପତ୍ତି ନେବେ। ବୈବାହିକ ଜୀବନ ଖୁସି ଭରା ରହିବ।

ବୃଷ: ପାରିବାରିକ ଜୀବନ ଆହ୍ଲାଦିତ ହେବ। କୌଣସି ନୂଆ କାମ ଶିଖିବାର ସୁଯୋଗ ପାଇବେ। ଅନ୍ୟମାନଙ୍କ ସହିତ କଥା କହିବା‌ ବେଳେ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ପିଲାପିଲିଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ସରକାରୀ କାମରେ ଆପଣ ସଫଳତା ପାଇବେ। ଓକିଲଙ୍କର ପ୍ରସିଦ୍ଧି ବଢ଼ିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

କର୍କଟ: ଭାବିଥିବା କାମ ସହଜରେ ସଂପୂର୍ଣ୍ଣ ହେବ। ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ। ଦୂର ସ୍ଥାନକୁ ଯାତ୍ରାର ଯୋଗ ଅଛି।

ସିଂହ: ନୂଆ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। କାରବାରରେ ସ୍ଥିତି ଅସ୍ଥିର ରହିବ। ପ୍ରେମୀଯୁଗଳଙ୍କର ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବହୁତ ଭଲ।

କନ୍ୟା: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ଜରୁରୀ ମାମଲା ନେଇ ଆପଣ ଚିନ୍ତାରେ ରହିପାରନ୍ତି। ଗୃହିଣୀମାନଙ୍କ ଲାଗି ଦିନଟି ଭଲ।

ତୁଳା: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଯେଉଁ କାମ କରିବାକୁ ଚାହିଁବେ ତାହା ଆରାମରେ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ବିଛା: ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ଭଲଭାବେ ନିର୍ବାହ କରିବେ। ଅଚାନକ ଧନଲାଭର ଯୋଗ ରହିଛି। ଛାତ୍ରଛାତ୍ରୀ ପରୀକ୍ଷ‌ା ପାଇଁ ନିଜକୁ ପ୍ରସ୍ତୁତ କରିବେ।

ଧନୁ: ଧ୍ୟାନ ଲଗାଇ କାମ କରନ୍ତୁ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ରାଜନେତାଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ନବ ଦମ୍ପତିଙ୍କ ଲାଗି ଭଲ ଦିନଟିଏ।

ମକର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଶତ୍ରୁ ଦବି ରହିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପାଖଲୋକ ଆର୍ଥିକ ସହାୟତା ମାଗିବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।

କୁମ୍ଭ: ସୁସମ୍ବାଦ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ମୀନ: ନୂଆ ଉପାୟରେ କାମ କଲେ ସଫଳତା ପାଇପାରିବେ। ବିନା କାରଣରେ କାହାରି ସହିତ ଅଭଦ୍ରାମି କରନ୍ତୁ ନାହିଁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ସମ୍ବନ୍ଧିତ ଖବର