ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ଭାଗ୍ୟ ଆପଣଙ୍କୁ ସାଥ ଦେବ। ସ୍ଥଗିତ ଥିବା କାମ ପୂରା ହୋଇଯିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ବ୍ୟବସାୟରେ ନୂଆ ଦିଶା ମିଳିବ। ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କଲେ ଅସୁବିଧାରେ ପଡ଼ିଯାଇପାରନ୍ତି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 


ମିଥୁନ: ସିମେଣ୍ଟ ଓ ଲୁହା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ବ୍ୟବସାୟିକ କାମରେ ଯାତ୍ରାରେ ଯାଇପାରନ୍ତି। ଆପଣଙ୍କର କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।


କର୍କଟ: ସାରାଦିନ ଆପଣ ନୂଆ ଊର୍ଜାରେ ଭରା ରହିବେ। କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ କରିବାର ପ୍ରେରଣା ମିଳିବ। ସରକାରୀ ଚାକିରିଆଙ୍କୁ ଧନଲାଭ ହୋଇପାରେ। ସ୍ବାସ୍ଥ୍ୟରେ ସୁଧାର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସି˚ହ: ବ୍ୟବସାୟ ଲାଗି ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ସନ୍ତାନଙ୍କ ପକ୍ଷରୁ ଲାଭ ମିଳିବାର ସମ୍ଭାବନା। ବିଦେଶରୁ ଭଲ ଖବର ପାଇବେ। ଅଚାନକ କୌଣସି ସମାରୋହକୁ ଯାଇପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 


କନ୍ୟା: ଆଗକୁ ବଢ଼ିବାର ଦିନଟିଏ। ପରିବାରର ସହଯୋଗରେ ଆପଣଙ୍କ ମନ ପ୍ରସନ୍ନ ରହିବ। ଯାହା ବି କାମ କରିବେ, ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଆମଦାନିର ନୂଆ ଅବସର ପାଇବେ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

ବିଛା: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ଭାବିଥିବା କାମ ପୂରା ହେବ। ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ହେବ। ମିତ୍ରଙ୍କ ସହିତ କିଛି ସମୟ ବିତେଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

 


ଧନୁ: ଆଜି କିଛି ନୂଆ ଅନୁଭବ ପ୍ରାପ୍ତ ହେବ। ମିତ୍ରଙ୍କ ସହାୟତାରେ ଆପଣଙ୍କ କାମ ପୂରା ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କୀଚକେଶ୍ବରୀ।

 

ମକର: ଦିନଟି ବ୍ୟସ୍ତତାରେ କଟିବ। ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି। ପାରିବାରିକ ମାମଲାରେ କିଛି ଅସୁବିଧା ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ସରକାରୀ କ୍ଷେତ୍ରରେ ଲାଗି ରହିଥିବା ବାଧା ଦୂର ହେବ। ଜମି କାରବାରରେ ନିବେଶ ପାଇଁ ବାପାଙ୍କ ସହଯୋଗ ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

 

ମୀନ: ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ମହତ୍ତ୍ବପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀ ଗଣେଶ।

ସମ୍ବନ୍ଧିତ ଖବର