ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଭଲ ରହିବ। ବେପାରିବର୍ଗଙ୍କର ସ୍ଥଗିତ ଥିବା କାମ ଦ୍ରୁତ ଗତିରେ ଆଗକୁ ବଢ଼ିବ। ମିତ୍ର ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ, ଆଜି ତାହା ପୂରା ହୋଇଯିବ। ଅଫିସରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହେବେ। କାରବାରୀଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମହାଦେବ।

ମିଥୁନ: ଆପଣଙ୍କର ସକାରାତ୍ମକ ବିଚାର ପାଖଆଖର ବାତାବରଣକୁ ସକାରାତ୍ମକ କରି ରଖିବ। ବନ୍ଧୁଙ୍କ ସହିତ କୌଣସି ବିଷୟରେ ଆଲୋଚନା କରିବେ। ନୂଆ କାମ ଆଡ଼କୁ ଆଗ୍ରହ ବଢ଼ିବ। ଛାତ୍ରମାନେ କୌଣସି କାମରେ ପିତାଙ୍କର ସାହାଯ୍ୟ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: ବ୍ୟବସାୟ ଅନ୍ୟ ସହରରେ ବିସ୍ତାର କରିବା ଲାଗି ଭାବିବେ। ମିତ୍ରଙ୍କ ସାହାଯ୍ୟ ପାଇବେ। ଗଣମାଧୢମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ପରିବାରରେ ଖୁସି ବଢ଼ିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ସି˚ହ: ଖୋଦ୍‌କୁ ସତେଜ ଅନୁଭବ କରିବେ। ଆପଣଙ୍କ ବିବେକ ପ୍ରୟୋଗ କରି ସବୁ ହାସଲ କରିନେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ସାଥୀଙ୍କ ସହିତ ହୋଟେଲକୁ ରାତ୍ରିଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

କନ୍ୟା: କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ଆପଣ କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ଅଫିସରେ ନୂଆ ଦାୟିତ୍ବକୁ ଭଲ ଭାବରେ ନିର୍ବାହ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀମାତା।

ତୁଳା: ଯଶ ପ୍ରାପ୍ତିର ଦିନଟିଏ। ଆପଣ ଯାହାକୁ କିଛି କହିବେ ସେ ମନା କରିବେ ନାହିଁ। ରାଜନୀତିରେ ମହତ୍ବାକା˚କ୍ଷା ପୂରା ହେବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିମଳା।

 

 

 

ବିଛା: ଆଜି ଆପଣ ପ୍ରତିଟି କାମରେ ସାବଧାନ ରହିବା ଜରୁରୀ। ପରିଶ୍ରମର ଫଳ ଟିକେ କମ୍‌ ମିଳିବ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହନ୍ତୁ। ଲିଖନ କାର୍ଯ୍ୟରେ ରୁଚି ରହିବ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ହିଙ୍ଗୁଳା।

ଧନୁ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଭାବିଥିବା କାମ ଅତିଶୀଘ୍ର ପୂରା କରିନେବେ। ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯାତ୍ରାରେ ଯିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

ମକର: ଖୁସ୍‌ ମିଜାଜର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। କାହାରିକୁ ଦେଇଥିବା ପଇସା ମିଳିପାରେ। ବ୍ୟବାସାୟୀଙ୍କ ଲାଗି ଦିନଟି ଶୁଭ। ଘରେ ସଦସ୍ୟମାନଙ୍କର ଉତ୍ସାହ ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଜୀବନର ଲାଗିରହିଥିବା ସ˚ଘର୍ଷର ସମାପ୍ତ ପାଇଁ ଭଲ ସମୟ। ଅଫିସ କାମରେ ଯାତ୍ରା କରିବା ସୁଖଦ ରହିବ। ଆଜି କିଛି ଏଭଳି କାମ କରିବେ ଯାହା ଦ୍ବାରା ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ବିମଳା।

ମୀନ: ଦିନଟି ଆପଣଙ୍କ କ୍ୟାରିଅର ଲାଗି ଅଧିକ ଶୁଭ ରହିବ। ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲା ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର