ମେଷ: ଖୋଦ୍କୁ ଊର୍ଜାବାନ ଅନୁଭବ କରିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିବ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରମାନେ କୌଣସି ନୂଆ କୋର୍ସରେ ଯୋଗ ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଜୀବନରେ ମଉଜ ମଜଲିସ ଲାଗି ସୁନ୍ଦର ଅବସର ମିିଳିବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ଖାଦ୍ୟ ପାନୀୟର ପୂରା ମଜା ନେବେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରସିଦ୍ଧି ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।
ମିଥୁନ: କାହାରି ଉପରେ ତୁରନ୍ତ ଭରସା କରନ୍ତୁ ନାହିଁ, ଅଶାନ୍ତି ବଢ଼ିବ। ଜୀବନରେ କୌଣସି ପରିବର୍ତ୍ତନ ପାଇଁ ବିଚାର କରିବେ। କୌଣସି ନୂଆ କାମ ପାଇଁ ବିଦେଶ ଯାଇପାରନ୍ତି। ଛାତ୍ରୀଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।
କର୍କଟ: ଆଜି ଆପଣଙ୍କୁ ଉନ୍ନତିର ନୂଆ ସାଧନ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ଦାଂପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଘରେ ଛୋଟ ସମାରୋହର ଆୟୋଜନ କରିପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ବିମଳା।
ସି˚ହ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜିତ କରିବାକୁ ପ୍ରୟାସ କରିବେ। ଆପଣଙ୍କ ଭଲ ବ୍ୟବହାରରେ ପାଖଆଖର ଲୋକେ ଖୁସି ରହିବେ। ବ୍ୟବସାୟର ଆଜି ଡିଲ୍ କରିବାରେ ସଫଳ ହେବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଅମ୍ବିକା।
କନ୍ୟା: ଆଜି କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହୋଇପାରେ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। ମନ୍ଦିର ସଫାସୁତୁରାରେ ଆପଣଙ୍କର ସହଯୋଗ ଦିଅନ୍ତୁ। ଅଫିସର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମହାଲକ୍ଷ୍ମୀ।
ତୁଳା: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କର ଆଶା ପୂରା କରିବାରେ ସଫଳ ହେବ। ଆର୍ଥିକ ସ୍ଥିତିରେ ସୁଧାର ଯୋଗ ରହିଛି। ଜୀବନସାଥୀଙ୍କ ବ୍ୟବହାରରେ ପ୍ରସନ୍ନ ରହିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କୀଚକେଶ୍ବରୀ।
ବିଛା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ବ୍ୟବସାୟରେ ଅଟକିଥିବା ପଇସା ପାଇବେ। ରାଜନୀତିରେ ମନୋକାମନା ପୂରା ହେବ। ସାଥୀଙ୍କ ସହିତ ପାଇଁ ହୋଟେଲକୁ ରାତ୍ରି ଭୋଜନ ପାଇଁ ଯିବେ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ବତୀ।
ଧନୁ: ବ୍ୟବସାୟରେ କୌଣସି ଫାଇଦା ପାଇଁ ନୂଆ ଚୁକ୍ତିନାମା ହେବ। ସରକାରୀ କାମରେ କୌଣସି ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଘରର ସୁଖ ଶାନ୍ତି ବୃଦ୍ଧି ହୋଇପାରେ। ଆପଣ କୌଣସି ବନ୍ଧୁଙ୍କ ଘରକୁ ଯାଇପାରନ୍ତି। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ସୁରେଶ୍ବରୀ।
ମକର: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। କୌଣସି ବଡ଼ ସଉଦା ହୋଇପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ସନ୍ତାନ ପକ୍ଷରୁ ଶୁଭ ସୂଚନା ମିଳିବ। ଜୀବନସାଥୀଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଶୁଭରଙ୍ଗ: ମେରୁନ। ଆରାଧନା: ଶ୍ରୀଗଣେଶ।
କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ନୂଆ ପରିଯୋଜନା ମିଳିପାରେ। ଭବିଷ୍ୟତରେ ଏଇ ପରିଯୋଜନା ଆପଣଙ୍କୁ ଲାଭ ଦେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।
ମୀନ: ଆଜି ସବୁ କିଛି ଠିକ୍ଠାକ୍ ରହିବ। ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ। ଅଧିକାରୀବର୍ଗଙ୍କ ଲାଗି ଦିନଟି ଲାଭପ୍ରଦ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି। ଶୁଭରଙ୍ଗ: କ୍ରୀମ୍। ଆରାଧନା: ମାଆ ଗାୟତ୍ରୀ।