ଜାଣନ୍ତୁ ଆଜିର ରାଶିଫଳ

ମେଷ: ସାରା ଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ପ୍ରଭୁଙ୍କୁ ସ୍ମରଣ କରନ୍ତୁ, ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଆପଣଙ୍କର ପାରିବାରିକ ଦାୟିତ୍ବ ବଢ଼ିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣଙ୍କର ସବୁ କାମ ଠିକ୍ ସମୟରେ ପୂରା ହୋଇଯିବ। କାରବାରରେ ନୂଆ ସଉଦା ହେବ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିବ। ମହିଳାଙ୍କୁ ଜୀବନସାଥୀଙ୍କଠାରୁ ସୁନ୍ଦର ଉପହାର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ମିଥୁନ: ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ। ନୂଆ ଦାୟିତ୍ବ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଆପଣଙ୍କୁ ଧନଲାଭର କୌଣସି ସୁଯୋଗ ମିଳିବ। ବରିଷ୍ଠ ଲୋକ ଠିକ୍‌ ସମୟରେ ଔଷଧ ଖାଆନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

କର୍କଟ: ଦିନଟି ସକାରାତ୍ମକ ରହିବ। ପରିବାର ଲୋକଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ଉନ୍ନତି ପାଇଁ ନୂଆ ଅବସର ମିଳିବ। କବି ଲୋକ କୌଣସି ନୂଆ କବିତା ରଚନା କରିବେ। ଛାତ୍ରଙ୍କୁ ପରୀକ୍ଷାରେ କମ୍‌ ପରିଶ୍ରମର ଭଲ ଫଳ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ତାରିଣୀ।

ସି˚ହ: ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବାର ସଫଳ ହେବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଆୟର ନୂଆ ରାସ୍ତା ଖୋଲିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ସୁସ୍ଥ ଓ ସତେଜ ଅନୁଭବ କରିବେ। କମ୍‌ ଦାମରେ ଭଲ ଘର କିଣିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଅମ୍ବିକା।

କନ୍ୟା: ଆପଣଙ୍କ କାମର ପ୍ରଦର୍ଶନ ଲାଗି ଭଲ ଦିନଟିଏ। ସ୍ଥଗିତ ଥିବା କାମ ସହଜରେ ପୂରା ହେବ। ନୂଆ ବ୍ୟବସାୟରେ ଅର୍ଥ ନିବେଶ ଲାଭପ୍ରଦ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ ବିତିବ। ଆଖପାଖକୁ ଭ୍ରମଣରେ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ତୁଳା: ଆପଣଙ୍କର କିଛି ଆଶା ପୂରା ହେବାର ଯୋଗ ରହିଛି। ଲୋକଙ୍କ ବିଶ୍ବାସ ଆପଣଙ୍କ ଉପରେ ରହିବ। ବ୍ୟବସାୟ ସହିତ ସ˚ଲଗ୍ନ କାମରେ ଯାତ୍ରା କରିବେ। ଅଚାନକ ଧନପ୍ରାପ୍ତି ହେବ। ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

 

ବିଛା: ଦିନଟି ଆପଣଙ୍କ ଲାଗି ଅନୁକୂଳ। ଯାହା ବି ଆରମ୍ଭ କରିବେ ଅଳ୍ପ ସମୟରେ ପୂରା କରିବେ। କୌଣସି ନୂଆ ଅନୁବନ୍ଧରେ ଆପଣଙ୍କୁ ଲାଭ ହେବ। ଆଜି ପିଲା ଦିନର ସାଙ୍ଗଙ୍କ ଫୋନ ଆସିବ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ଧନୁ: ଆଜି କୌଣସି କାମରେ ଅଧିକ ସମୟ ବ୍ୟୟ ହୋଇପାରେ। ଅଫିସରେ ଅଧିକାରୀଙ୍କୁ ଇଆଡ଼ୁ ସିଆଡ଼ୁ କିଛି କୁହନ୍ତୁ ନାହୁଁ। ପାରିବାରିକ ଦାୟିତ୍ବ ଆପଣଙ୍କୁ ଅର୍ପଣ କରାଯାଇପାରେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଡାକ୍ତରଙ୍କ ସହିତ ପରାମର୍ଶ କରିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ସୂର୍ଯ୍ୟଦେବ।

ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ। ସମାଜିକ କାର୍ଯ୍ୟରେ ରୁଚି ବଢ଼ିବ। କୌଣସି ନୂଆ ବ୍ୟକ୍ତିଙ୍କୁ ବନ୍ଧୁ ଭାବେ ଗ୍ରହଣ କରିପାରନ୍ତି। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଆପଣଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ବ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ। ଅର୍ଡର୍ ସପ୍ଲାଇ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଷଶଷଙ୍କର ଉନ୍ନତି ହେବ। ଅଫିସରେ କାମ ପୂରା ହେବ। ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ମୀନ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷ କିଛି ନୂଆ କରି ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର