ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ କାର୍ଯ୍ୟରେ ରୁଚି ନେଇ ପାରନ୍ତି। ଶତ୍ରୁଙ୍କୁ ପରାସ୍ତ କରିବେ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବଢ଼ିଆ ରହିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର।

ବୃଷ: ଆପଣଙ୍କ ଭାବନା ରଚନାତ୍ମକ ରହିବ। କାର୍ଯ୍ୟାଳୟରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଆର୍ଥିକ ପକ୍ଷ ମଜଭୁତ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମିଥୁନ: ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ସମାଜରେ ମାନସମ୍ମାନ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବାନ୍ବିତ ହେବେ। ରଙ୍ଗ ବ୍ୟବସାୟୀଙ୍କୁ ମନ ମୁତାବକ ଲାଭ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ମାଣିକେଶ୍ବରୀ।

କର୍କଟ: କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ଆଗକୁ ବଢ଼ିବା ଲାଗି ଭାଗ୍ୟ ସାଥ ଦେବ। ବ୍ୟବସାୟରେ ଉନ୍ନତି ହେବ। କମ୍ପ୍ୟୁଟର ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ସି˚ହ: ବ୍ୟବସାୟରେ ଆଜି ସଉଦା କରିବାରେ ସଫଳ ହେବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରିବେ। ବାହାର କାମରେ ଗଲାବେ‌େଳ ସାବଧାନତାର ସହ ବାହନ ଚଳାନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଶାରଳା।

କନ୍ୟା: ଭାବିଥିବା ଯୋଜନା ବଢ଼ିଆ ପ୍ରମାଣିତ ହେବ। ନୂଆ ରୁଚି ଅନୁଭବ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ମଉଜ ମଜଲିସ କରିବାରେ ସମୟ କଟିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କୀଚକେଶ୍ବରୀ।

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆଗକୁ ବଢ଼ିବା ଲାଗି ସୁଯୋଗ ଅଚାନକ ମିଳିବ। ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଆର୍ଥିକ ପକ୍ଷ ମଜଭୁତ ହେବାରୁ ପରିବାରରେ ଅଶାନ୍ତି କମ ହେବ। ଶୁଭରଙ୍ଗ: ବାଇଗଣୀ। ଆରାଧନା: ମାଆ ତାରିଣୀ।

ବିଛା: ଆପଣଙ୍କର କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ଚାକିରି ଲାଗି କରି ଆସୁଥିବା ପ୍ରୟାସରେ ସଫଳତା ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ବାଦାମୀ। ଆରାଧନା: ସନ୍ତୋଷୀ ମାତା।

ଧନୁ: ଦିନଟି ଆପଣଙ୍କ ଲାଗି ନୂଆ ସ୍ବାଗତ ନେଇ ଆସିଛି। ଆପଣଙ୍କର ପ୍ରତିଷ୍ଠା ବଢ଼ିବ ଓ ଉପହାର ମିଳିପାରେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ପ୍ରିୟବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଛାତ୍ରଙ୍କୁ ମିତ୍ରଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ମକର: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ବାପାମାଆଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଛାତ୍ରୀମାନେ ଏକାଗ୍ର ଚିତ୍ତରେ ଅଧୢୟନ କରନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ରାମଚଣ୍ତୀ।

କୁମ୍ଭ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ନିଃସ୍ବାର୍ଥ ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ଫଇସଲା ନେବେ। ସନ୍ଧ୍ୟାରେ ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଲିଙ୍ଗରାଜ।

ମୀନ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆୟ ବୃଦ୍ଧିର ଅବସର ପ୍ରାପ୍ତ ହେବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।

ସମ୍ବନ୍ଧିତ ଖବର