ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କୌଣସି ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଅଫିସରେ କୌଣସି ସିନିଅରଙ୍କ ସହଯୋଗରେ ସ୍ଥଗିତ ଥିବା କାର୍ଯ୍ୟ ପୂରା ହୋଇଯିବ। ଛାତ୍ରଙ୍କୁ କୌଣସି ଶୁଭ ସମାଚାର ମିଳିବାର ସମ୍ଭାବନା। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ବୃଷ: ପୂଜାପାଠରେ ଅଧିକ ସମୟ ବିତିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଉନ୍ନତି ପାଇଁ ଭିନ୍ନ ଭିନ୍ନ ରାସ୍ତା ସାମନାକୁ ଆସିବ। ଚାକିରିଆଙ୍କୁ କାମ ଧନ୍ଦାରେ ଲାଭ ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ହର ପାର୍ବତୀ।

ମିଥୁନ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସ˚ଭାବ୍ୟ ସ˚କଟ ଦୂର ହେବ। ବଡଙ୍କ ଼ପରାମର୍ଶରେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ପରିବାର ଲୋକଙ୍କ ସହିତ କଥା କହିବା ବେଳେ ଭାଷା ଉପରେ ସ˚ଯମ ରଖନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

କର୍କଟ: ଆପଣଙ୍କ ଲାଗି ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। କାମ ପ୍ରତି ଆପଣଙ୍କର ପରିଶ୍ରମ ସୁଫଳ ଆଣିବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଗାୟତ୍ରୀ।

ସି˚ହ: ଦିନଟି ଆପଣଙ୍କୁ ଢେ଼ରସାରା ଫାଇଦା ଦେବ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ହେବ। ଆପଣଙ୍କୁ କୌଣସି ଶୁଭ ସୂଚନା ମିଳିବ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ସାବଧାନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କନ୍ୟା: ସ୍ବଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ନୂଆ ବ୍ୟବସାୟରେ ନିବେଶ କରିପାରନ୍ତି। ଚାକିରିଆଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯାହା ବି କାମ କରିବେ ସଫଳତା ମିଳିବ। ଔଷଧ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ମଉଜମସ୍ତିରେ ସମୟ କଟିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ପାଟଣେଶ୍ବରୀ।

ବିଛା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କଳାକାରଙ୍କୁ ରଚାନାତ୍ମକ କାର୍ଯ୍ୟରେ ପ୍ରଶ˚ସା ମିଳିବ। ବ୍ୟାବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜ‌ାଈ।

ଧନୁ: ଦିନଟି ଠିକ୍‌ଠାକ୍‌ ରହିବ। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଖେଳକୁଦ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭର ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ମକର: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ପୁରୁଣା ଚିନ୍ତା ସମାପ୍ତ ହେବ। ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ବେପାର ବଣିଜରେ ଆପଣଙ୍କୁ ଲାଭ ହେବ। ନୂଆ ଗାଡ଼ି କିଣିବା ଲାଗି ମନ ବଳିବ। ବୈବାହିକ ଜୀବନରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ବାପା ମାଆଙ୍କ ସହଯୋଗରେ ସ୍ଥିତି ଅନୁକୂଳ ହେବ। ବ୍ୟବସାୟରେ ଫାଇଦା ପାଇଁ ଲୋକ ମିଳିବେ। ଆପଣଙ୍କ ଧୢାନ ସାମାଜିକ କାମ ଧନ୍ଦାରେ ଲାଗିବ। ଖର୍ଚ୍ଚ ବଢ଼ିବା ହେତୁ ଆପଣ ଟିକେ ବିରକ୍ତ ରହିବେ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ମୀନ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ। ପ୍ରିୟ ବନ୍ଧୁଙ୍କ ସହିତ ମଧୢାହ୍ନ ଭୋଜନର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। କାର୍ଯ୍ୟକ୍ଷେତ୍ରରେ ଲାଗିରହିଥିବା ଅସୁବିଧା ସମାପ୍ତ ହୋଇଯିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ସମ୍ବନ୍ଧିତ ଖବର