ମେଷ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ସମାରୋହକୁ ଯିବାର ସୁଯୋଗ ପାଇବେ। ନୂଆ ବ୍ୟବସାୟ କରିବା ପାଇଁ ଭାବି ପାରନ୍ତି।
ବୃଷ: ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ। ବିବାହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଖବର ପାଇବେ।
ମିଥୁନ: ଆପଣଙ୍କର ଦିନଚର୍ଯ୍ୟା ଭଲ ରହିବ। ବ୍ୟବସାୟରେ ଲାଭ ପାଇବେ। ରାଜନେତା ମାନ ସମ୍ମାନ ପାଇବେ। ଭଲ ଚାକିରିରେ ଆପଣଙ୍କ ଝିଅର ଚୟନ ହୋଇଯିବ।
କର୍କଟ: ଆପଣଙ୍କ ସହିତ ସବୁ କିଛି ଭଲ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଇଂଜିନିୟର ନୂଆ ପ୍ରକଳ୍ପରେ କାମ କରିବେ। ନିଜର ସ୍ବଭାବ ନରମ ରଖନ୍ତୁ।
ସିଂହ: ଯେଉଁ ଗୃହିଣୀମାନେ ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ସମୟ ଉତ୍ତମ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। କୃଷକଙ୍କ ଲାଗି ଦିନଟି ଭଲ।
କନ୍ୟା: ସଫ୍ଟୱେର୍ ଇଂଜିନିୟର ଛାତ୍ର କନିଷ୍ଠଙ୍କୁ କିଛି ନୂଆ ଶିଖାଇବେ। ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ। କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ।
ତୁଳା: କୌଣସି ସରକାରୀ ଅଧିକାରୀ ଆପଣଙ୍କ ଜମି ବିବାଦର ସମାଧାନ କରିବେ। ଭାଇଙ୍କ ମାଧ୍ୟମରେ ନୂଆ କାମ ମିଳିବ। ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ, ସକାରାତ୍ମକ ଫଳ ପାଇବେ।
ବିଛା: ବନ୍ଧୁ ସହିତ ମିଶି ନୂଆ ବ୍ୟବସାୟ ଆରମ୍ଭ କରିବେ। ମୂଲ୍ୟବାନ ବସ୍ତୁ କିଣି ପାରନ୍ତି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଅଫିସ କାମକୁ ନେଇ ଅଧିକ ବ୍ୟସ୍ତ ରହିବେ।
ଧନୁ: ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି। ଜୀବନସାଥୀଙ୍କ ସହ ଭଲ ତାଳମେଳ ବଜାୟ ରହିବ।
ମକର: ଆତ୍ମବିଶ୍ବାସର ସ୍ତର ଭଲ ରହିବ। ଜରୁରୀ କାମରେ ସଫଳତା ପାଇବେ। ତରବରିଆ ଭାବେ ଅଫିସ କାମ କଲେ ହାନି ହୋଇପାରେ। ଆର୍ଥିକ ପ୍ରସଙ୍ଗରେ ସତର୍କ ରହନ୍ତୁ।
କୁମ୍ଭ: ଆପଣଙ୍କ ଆର୍ଥିକ ସ୍ଥିିତି ଉନ୍ନତି ମାର୍ଗରେ ଅଗ୍ରସର ହେବ। ପିଲାଙ୍କ ସଫଳତାରେ ଆପଣ ଗୌରବ ଅନୁଭବ କରିବେ। ଜୀବନସାଥୀଙ୍କ ସହିତ ଖୁସିର ମୁହୂର୍ତ୍ତ କାଟିବେ।
ମୀନ: ଆପଣଙ୍କର ଚିନ୍ତା କମ୍ ହେବ। ଉତ୍ତମ ଫଳ ପାଇବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତି ସଂପର୍କିତ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।