ଜାଣନ୍ତୁ ଆଜିର ରାଶିଫଳ

ମେଷ: ସନ୍ତାନ ଆପଣଙ୍କୁ ଶୁଭ ଖବର ଦେବେ। ଲୋକମାନଙ୍କ ସହଯୋଗ ମିଳିବ। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ସୁନାମ ହେବ। ପ୍ରେମରେ ସଫଳତା ପାଇବେ।‌

ବୃଷ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ଖର୍ଚ୍ଚ ବୃଦ୍ଧି ହେତୁ ଚିନ୍ତିତ ରହିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗି ରହିବ। ‌

ମିଥୁନ: ଅଫିସ କାମରେ ବାହାରକୁ ଯିବେ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ। ଦାମ୍ପତ୍ୟ ଜୀବନରେ ନୂଆ ଖୁସ ଆସିବ। କାରବାର ବୃଦ୍ଧି ପାଇଁ ନୂଆ ଅବସର ପାଇବେ।

କର୍କଟ: ଅଫିସରେ ଭଲଭାବେ କାର୍ଯ୍ୟ ସମ୍ପାଦନ କରିବେ। ବ୍ୟବସାୟରେ ଅଧିକ ପାଣ୍ଠି ଲଗାଇପାରନ୍ତି। କିଣାବିକା ବେଳେ ସାବଧାନ ରୁହନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଆୟରେ ବୃଦ୍ଧି ହେବ। ବନ୍ଧୁ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହେବ। ବ୍ୟବସାୟରେ ମନ ମୁତାବକ ସଫଳତା ପାଇବେ।

କନ୍ୟା: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଅଫିସରେ କାମର ବୋଝ ଅଧିକ ହୋଇପାରେ। ଅଚାନକ ଧନଲାଭ ହେବ। ପ୍ରେମ ସଂପର୍କ ନିବିଡ଼ ହେବ।

ତୁଳା: ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ବିଛା: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ପାଇବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ମୁରବିଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ଧନୁ: ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ‌ପାଇବେ।

ମକର: ପୂଜାପାଠରେ ଅଧିକ ସମୟ ବିତିବ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ବୈବାହିକ ଜୀବନ ଖୁସି ଭରା ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଆପଣ ଶୀଘ୍ର ନୂଆ ଦାୟିତ୍ବ ପାଇବେ। ପ୍ରେମିକାଙ୍କ ସହ ଲାଗି ରହିଥିବା ମତଭେଦ ଦୂର ହେବ।

ମୀନ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନକରି ପରିଶ୍ରମ କରନ୍ତୁ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ।

ସମ୍ବନ୍ଧିତ ଖବର