ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂଜାପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟାବସାୟିକ କାର୍ଯ୍ୟ ଲାଗି ଭଲ ଦିନଟିଏ। ଆପଣଙ୍କୁ କୌଣସି ମହତ୍ବପୂର୍ଣ୍ଣ ସମାଚାର ମିଳିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଚନ୍ଦନେଶ୍ବର।

ବୃଷ: କାମ ପ୍ରତି ଆପଣଙ୍କର ପରିଶ୍ରମ ଆନନ୍ଦ ଆଣିବ। ଆପଣଙ୍କୁ କୌଣସି ବିଶେଷ କଥାର ସୂଚନା ମିଳିବ। ଅଫିସରେ କୌଣସି କାମକୁ ନେଇ ଚିନ୍ତନ ମନ୍ଥନ କରିପାରନ୍ତି। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସୁରେଶ୍ବରୀ।

ମିଥୁନ: ଦିନଟି ବୁଲିବାରେ ଅଧିକ ସମୟ କଟିବ। ମହତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ। ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀମାତା।

କର୍କଟ: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। ମନ ଚାହୁଁଥିବା କ˚ପାନିରେ ଚାକିରି ମିଳିବା ହେତୁ ଖୁସି ହେବେ। କାରବାରରେ ଆପଣଙ୍କୁ ଫାଇଦା ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଅନୁଭବୀଙ୍କ ଠାରୁ ସାହାଯ୍ୟ ମିଳିପାରେ। ଅଫିସ କାମକୁ ପୂରା କରିବାରେ ସକ୍ଷମ ହେବେ। କୌଣସି ସ˚ପର୍କିୟଙ୍କ ସହିତ ମିଳନର ଯୋଗ ରହିଛି। ଆଇନ୍‌ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଦୁର୍ଗା।

କନ୍ୟା: ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଭାବି ପାରନ୍ତି। ବ୍ୟବସାୟ ସମ୍ବନ୍ଧରେ ଯାତ୍ରା କରିବାକୁ ପଡ଼ିପାରେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ତାରିଣୀ।

ତୁଳା: ଆର୍ଥିକ ମାମଲା ପାଇଁ ଦିନଟି ଭଲ। ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଧନଲାଭର ସୁଯୋଗ ରହିଛି। ଅଫିସରେ କର୍ତ୍ତୃପକ୍ଷଙ୍କ ଭଲ ସହଯୋଗ ମିଳିବ। ନୂଆ ପରି ଯୋଜନା ପୂରା କରିବାରେ ସଫଳ ହେବେ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଧବଳେଶ୍ବର।

ବିଛା: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ଆପଣ ଭାବିଥିବା କାମ ପୂରା ହୋଇପାରେ। କାହାରିକୁ କିଛି ଦେବାର ଯୋଜନା କରିବେ। ପରିବାରର ସବୁ ସଦସ୍ୟଙ୍କ ମଧୢରେ ପ୍ରେମ ବଢ଼ିବ। ଅବିବାହିତଙ୍କ ଲାଗି ବିବାହର ନୂଆ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କାଳୀଯାଈ।

ଧନୁ: ଦିନଟି ଆତ୍ମବିଶ୍ବାସରେ ଭରା ରହିବ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିିଁ। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ନୂଆ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ସଫଳତା ଓ ଲାଭ ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଆପଣ ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। କିଛି ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସ˚ପର୍କ ହେବ। ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ରାସ୍ତା ଖୋଲିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆପଣଙ୍କର ମାନସିକ ଶାନ୍ତି ବଜାୟ ରହିବ। ଆପଣ କୌଣସି ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ରାଜନୀତିରେ ସାକ୍ଷାତ୍‌ ଆଲୋଚନା ଭଲ ରହିବ। ଆର୍ଥିକ ରୂପେ ଆପଣ ମଜଭୁତ ବଜାୟ ରହିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଗାୟତ୍ରୀ।

ସମ୍ବନ୍ଧିତ ଖବର