ଜାଣନ୍ତୁ ଆଜିର ରାଶିଫଳ

ମେଷ: ଧୈର୍ଯ୍ୟ ଓ ସାହସର ସହିତ ଆଗକୁ ବଢ଼ିବେ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ପ୍ରସନ୍ନ ହେବେ। ଯଦି ଆପଣ କାହାରିକୁ ପସନ୍ଦ କରୁଛନ୍ତି ତେବେ ତାଙ୍କୁ ମନର କଥା କହିବା ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ବୃଷ: କାହାରି ସହିତ ଭାଗୀଦାର କରିବା ଲାଗି ଦିନଟି ଭଲ। ଉଧାର ଦେଇଥିବା ପଇସା ଅଚାନକ ମିଳିବ। ସମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ଲାଗି ମାନ ପ୍ରତିଷ୍ଠା ବଢ଼ିବ। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା ଆଖଣ୍ତଳମଣି।

ମିଥୁନ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ। ଅଫିସରେ ସହଯୋଗୀଙ୍କ ସହିତ ଭଲଭାବେ ପରିଚିତ ହେବେ। ପରିବାର ଲୋକଙ୍କର ସ୍ନେହ ଓ ସହଯୋଗ ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

କର୍କଟ: ପୂଜାପାଠରେ ଅଧିକ ସମୟ ବିତିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ବ୍ୟବସାୟ ବିଷୟରେ ମନରେ ନୂଆ ନୂଆ ବିଚାର ଆସିବ। ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ହର ପାର୍ବତୀ।

ସି˚ହ: ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। ସବୁ କାମ ସମୟରେ ପୂରା ହେବ। ପୁସ୍ତକ ବେପାରୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଆପଣଙ୍କର କୌଣସି ମିତ୍ର ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ଛାତ୍ରଙ୍କ ଲାଗି ଦିନଟି ଖୁବ୍‌ ଶୁଭ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ଆପଣଙ୍କ ଲାଗି ବଢ଼ିଆ ଦିନଟିଏ। କ୍ଷୁଦ୍ର ଉଦ୍ୟୋଗରେ ନିବେଶ କରିପାରନ୍ତି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ଶିକ୍ଷକଙ୍କ ଠାରୁ ସ˚ପୂର୍ଣ୍ଣ ସହଯୋଗ ମିଳିବ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ନେଣେଦେଣେରେ ବଡ଼ଙ୍କ ସମ୍ମତି ଲାଭପ୍ରଦ ରହିବ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ଆସିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଧବଳେଶ୍ବର।

ବିଛା: ଆପଣଙ୍କର ଦିନଟି ପୂର୍ବ ଅପେକ୍ଷା ବହୁତ ଭଲ ରହିବ। ଆପଣଙ୍କୁ କୌଣସି ମହତ୍ବପୂର୍ଣ୍ଣ ସୂଚନା ମିଳିପାରେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ପୁଞ୍ଜି ବଜାରରେ ଅର୍ଥ ନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଗାୟତ୍ରୀ।

ଧନୁ: ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ ରହିବ। କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିପାରନ୍ତି। ବ୍ୟବସାୟରେ ଅଚାନକ ଧନଲାଭର ଅବସର ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବଗଳାମୁଖୀ।

ମକର: ଦିନଟି ଆପଣଙ୍କ ଲାଗି ସହାୟକ ରହିବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ବେପାର ବଣିଜରେ ଲାଭ ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। କାହାରିକୁ ପଇସା ଉଧାର ଦେବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ଯେଉଁ ଛାତ୍ରମାନେ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ସେମାନଙ୍କର ଆଶା ପୂରଣ ହୋଇପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆଜି ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ଆପଣଙ୍କୁ ସାଥୀର ପୂରାପୂରି ସହଯୋଗ ମିଳିବ। ବେପାର ଉଦ୍ୟୋଗରେ ଠିକ ସମୟର ସଠିକ ନିର୍ଣ୍ଣୟ ନେବେ। ସନ୍ତାନ ପକ୍ଷରୁ ଆପଣଙ୍କୁ ସୁଖର ଅନୁଭୂତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର