ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ଅତ୍ୟଧିକ ଆତ୍ମବିଶ୍ବାସ ଅନୁଭବ କରିବେ। ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବା ଯୋଗ ରହିଛି। କାରବାରୀଙ୍କ ପାଇଁ ଦିନଟି ବଢ଼ିଆ ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଲିଙ୍ଗରାଜ।

ବୃଷ: ମାନସିକ ଶାନ୍ତି ପାଇବା ଲାଗି ଆଧୢାତ୍ମିକତା ବୃଦ୍ଧି କରିପାରନ୍ତି। ବୈ‌େଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଯଦି ଆପଣ କାହାରିକୁ ପସନ୍ଦ କରୁଛନ୍ତି ତାଙ୍କୁ ମନର କଥା କହିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ସୁରେଶ୍ବରୀ।

ମିଥୁନ: ଆପଣଙ୍କ ନମ୍ର ବ୍ୟବହାର ଲାଗି ଆପଣଙ୍କୁ ଲାଭ ମିଳିବ। ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଉଧାର ଦେଇଥିବା ପଇସା ଅଚାନକ ମିଳିଯିବ। ପାରିବାରିକ ଦାୟିତ୍ବ ଭଲ ଭାବେ ନିର୍ବାହ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କର୍କଟ: ଭାଗ୍ୟର ସହଯୋଗ ପାଇବେ। ଅନ୍ୟମାନଙ୍କୁ ନିଜର କଥା କହିବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ବଢ଼ିଆ ଚାକିରି ମିଳିବ। ପ୍ରେମିକାଙ୍କୁ ବିବାହ ପାଇଁ ରାଜି କରାଇନେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ସି˚ହ: ଧାର୍ମିକ ତଥା ଆଧୢାତ୍ମିକ କାର୍ଯ୍ୟରେ ସମୟ ବିତିବ। କୌଣସି ବରିଷ୍ଠଙ୍କୁ ସାହାଯ୍ୟ କରନ୍ତୁ ଲାଭ ହେବ। ବେପାର ବିଷୟରେ ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଅଫିସରେ ଲାଗି ରହିଥିବା ବିବାଦ ସମାଧାନ ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ସକାରାତ୍ମକ ଭାବନାରେ ରହନ୍ତୁ କାମ କରିବା ସହଜ ହେବ। ଆପଣଙ୍କୁ କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ରାଜନୀତିରେ କିଛି ଆଶା ପୂରଣ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

ତୁଳା: ଆପଣ କୌଣସି ମାମଲାରେ ଭାବପ୍ରବଣ ହେବେ। କାରବାର ସମ୍ବନ୍ଧୀୟ ବଡ଼ଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ। ଅଫିସରେ କୌଣସି କାମରେ ଅଧିକ ସମୟ ଲାଗିବ। କୋର୍ଟ କଚେରି ମାମଲାଠୁଁ ଦୂରରେ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ବିଛା: ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ। କୌଣସି ବଡ଼ କ˚ପାନି ସହିତ ସଉଦା କରିବାର ସୁଯୋଗ ମିଳିପାରେ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ସବଳ ରହିବେ। ଶୁଭରଙ୍ଗ:ମେରୁନ। ଆରାଧନା: ମାଆ ସମଲେଶ୍ବରୀ।

ଧନୁ: ଦିନଟି ଲାଭପ୍ରଦ ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବା ପାଇଁ କାହାରି ସହଯୋଗ ପାଇବେ। ସମାଜରେ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଦୁର୍ଗା।

ମକର: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ପରିବାର ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯିବେ। ଆପଣଙ୍କୁ ଆଗକୁ ବଢ଼ିବା ଲାଗି କୌଣସି ସୁଯୋଗ ମିଳିବ। ଅଫିସରେ ଆପଣଙ୍କ କାମରେ ପ୍ରଶ˚ସା ହେବ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିପାରେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆପଣ ଟିକେ ନିଜକୁ ଆୟତ୍ତରେ ରଖିବା ଦରକାର। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ସନ୍ତୋଷୀମାତା।

ମୀନ: କୌଣସି ବଡ଼ କାମରେ ଆପଣଙ୍କୁ ବଡ଼ ଫାଇଦା ହେବ। ସଙ୍ଗୀତ ନିର୍ଦେଶକଙ୍କ ଲାଗି ଦିନଟି ଭଲ। ଚାକିରିଜୀବୀଙ୍କୁ ଉନ୍ନତିର ସୁଯୋଗ ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ରଙ୍କୁ ବରିଷ୍ଠଙ୍କ ମାର୍ଗ ଦର୍ଶନ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର