ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ। ନୂଆ ବିଚାର ସହ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ତେଜରାତି ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ‌

 

ବୃଷ: ବନ୍ଧୁ ଦେଖା କରିବା ପାଇଁ ଆପଣଙ୍କ ଘରକୁ ଆସିବେ। ଆପଣଙ୍କର ଅଧୁରା କାମ ସଂପୂର୍ଣ୍ଣ ହେବ। କାରବାରରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମିଥୁନ: ବିଶେଷ କାମରେ ଅନ୍ୟମାନଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପରିବାର ଲୋକ ଆପଣଙ୍କ ସବୁ ନିଷ୍ପତ୍ତିକୁ ସମର୍ଥନ କରିବେ।

କର୍କଟ: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇପାରେ। ଆର୍ଥିକ ସ୍ଥିତି ଭଲ ହେଲେ ବି ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସିଂହ: ପରିବାର ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

କନ୍ୟା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କ୍ୟାରିୟର ସହ ସଂଲଗ୍ନ ବଡ଼ ସୁଯୋଗ ପାଇବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଡାକ୍ତରୀ ଛାତ୍ରଙ୍କ ଲାଗି ଦିନଟି ଭଲ।

 

ତୁଳା: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପିଲାମାନଙ୍କୁ କିଛି ଭଲ ଶିଖାଇବେ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ। ବ୍ୟବସାୟ ବିସ୍ତାର ଲାଗି ଭାବିବେ।

ବିଛା: ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି। ପରିବାରର କାମରେ ଅଧିକ ଯାଆସ କରିବାକୁ ପଡ଼ିପାରେ। କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠଙ୍କ ସାହାଯ୍ୟ ନେବା ଭଲ।

 

ଧନୁ: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହୋଇପାରେ। କୌଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଭଲ ଭାବରେ ଯାଞ୍ଚ କରିନିଅନ୍ତୁ।

 

ମକର: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ସାହାଯ୍ୟ ପାଇବେ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗି ରହିବ।

 

କୁମ୍ଭ: ଜୀବନସାଥୀଙ୍କ ସହ କୋମଳ ଭାଷାରେ କଥାବାର୍ତ୍ତା କରନ୍ତୁ। କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିପାରେ। ଆମଦାନି ବଢ଼ାଇବାର ନୂଆ ଯୋଜନା ଆପଣଙ୍କ ମୁଣ୍ଡକୁ ଆସିପାରେ।

ମୀନ: ଅତ୍ୟଧିକ ଆତ୍ମବିଶ୍ବାସ ଆପଣଙ୍କ ଲାଗି ହାନିକାରକ ହୋଇପାରେ। ଚାକିରିଆଙ୍କୁ ନୂଆ କାମ ମିଳିପାରେ। ଭୂସଂପତ୍ତି କିଣିବା ଯୋଗ ରହିଛି। ଛାତ୍ରଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର