ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ହେବ।

 

ବୃଷ: ଭବିଷ୍ୟତରେ ଲାଭ ଦେବା ଭଳି ବ୍ୟକ୍ତିଙ୍କ ସହିତ ସଂପର୍କ ହେବ। ସାମାଜିକ ପରିସର ବୃଦ୍ଧି ହେବ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ। ଜମି କିଣି ପାରନ୍ତି।

ମିଥୁନ: ଠିକ୍ ଦିଗରେ ପରିଶ୍ରମ କଲେ ସଫଳତା ପାଇବେ। ପ୍ରସାଧନ ଦୋକାନୀଙ୍କର ଆର୍ଥିକ ସ୍ଥିତି ସୁଧୁରିବ। ପାରିବାରିକ ଜୀବନ ସୁଖକର ହେବ।

କର୍କଟ: ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ, ଭଲ ହେବ। ବାଲ୍ୟବନ୍ଧୁଙ୍କ ସହିତ ଦେଖା ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

ସିଂହ: ମନରେ ସକାରାତ୍ମକ ବିଚାର ଆସିବ। ପାଖ ଲୋକ ଆପଣଙ୍କ ଖୁସିକୁ ଦିଗୁଣ କରିବେ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ପରିବାରରେ ଦାୟିତ୍ବ ବଢ଼ିବ।

କନ୍ୟା: କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ।

 

ତୁଳା: ବ୍ୟକ୍ତିତ୍ବର ବିକାଶ ହେବ। ଚାକିରି ସମ୍ବନ୍ଧିତ ଆଶା ପୂରଣ ହେବ। କେହି ଆପଣଙ୍କର ସାହାଯ୍ୟ ନେଇ ପାରନ୍ତି। ଛାତ୍ର ପରୀକ୍ଷାରେ ବହୁତ ଭଲ କରିବେ।

ବିଛା: କୌଣସି ଶୁଭ ସମାଚାର ପାଇବେ। ମନୋଯୋଗରେ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ।

 

ଧନୁ: ଚାକିରିରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହେବ। ଆପଣ କୌଣସି ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି।

 

ମକର: ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଠିକ୍‌ ରହିବ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀ ଆପଣଙ୍କୁ ବହୁତ ଆଦର କରିବେ।

 

କୁମ୍ଭ: ନିଜ ଦାୟିତ୍ବକୁ ଭଲଭାବେ ତୁଲାଇବେ। ଅଭିନୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ମିଳିବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହୋଇପାରେ।

ମୀନ: କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସ କାମରେ ସହର ବାହାରକୁ ଯିବେ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।

ସମ୍ବନ୍ଧିତ ଖବର