ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁ ସହ ଆଲୋଚନାରୁ ଆପଣଙ୍କୁ ଭଲ କାମ ମିଳିପାରେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ବ୍ୟବସାୟରେ ବାକି ପଇସା ପାଇବେ।

ବୃଷ: ଠିକ୍ ସମୟରେ କାମ ଆରମ୍ଭ କରନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବରିଷ୍ଠଙ୍କ ସହ କଥା ହେବାବେଳେ ଭାଷାରେ ସଂଯମ ରଖନ୍ତୁ। ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ।

ମିଥୁନ: ଆପଣଙ୍କର ବହୁତ କାମ ଅଧୁରା ରହିପାରେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ।

କର୍କଟ: ଆପଣଙ୍କୁ ଜୀବନରେ ବିଶେଷ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବାପାଙ୍କ ସାହାଯ୍ୟରେ ଆପଣଙ୍କର ସବୁ କାର୍ଯ୍ୟ ସଂପୂର୍ଣ୍ଣ ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

ସିଂହ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ପ୍ରେମ ଜୀବନ ମଧୁର ରହିବ।

କନ୍ୟା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଜୀବନସାଥୀଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବାର ବାଟ ପାଇବେ। ସହକର୍ମୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ତୁଳା: ପୁରୁଣା ବ୍ୟବସାୟରୁ ଆପଣଙ୍କୁ ଅଚାନକ ଲାଭ ହେବ। ବ୍ୟବସାୟରେ ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ। ସରକାରୀ ସଂସ୍ଥା କାମରେ ସହଯୋଗ କରିବେ।

ବିଛା: ବଡ଼ ବ୍ୟବସାୟ ଚୁକ୍ତି କରିବାକୁ ଯାଉଥିଲେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ଅବଶ୍ୟ ନିଅନ୍ତୁ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଘର ଖର୍ଚ୍ଚ ବଢ଼ିପାରେ।

ଧନୁ: ଯେଉଁ କାମ ଆରମ୍ଭ କରିବେ ସେଥିରେ ନିଶ୍ଚୟ ସଫଳ ହେବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଅବସର ପାଇବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ମକର: କୌଣସି ବଡ଼ କଂପାନିରେ ଚାକିରି ପାଇଁ ଖବର ଆସିପାରେ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

କୁମ୍ଭ: ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରିବ। ସନ୍ତାନଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିପାରେ। ପ୍ରେମ ସମ୍ବନ୍ଧ ମଧୁର ହେବ।

ମୀନ: ଆପଣଙ୍କ ଜୀବନରେ ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ। ସରକାରୀ ଚାକିରିଆଙ୍କୁ କାମ ପାଇଁ ପ୍ରୋତ୍ସାହନ ମିଳିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ।

ସମ୍ବନ୍ଧିତ ଖବର