publive-image

Advertisment

ମେଷ: କର୍ମଜୀବୀ ମହିଳାଙ୍କ ଲାଗି କାମର ବୋଝ କମ୍ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ର କିଛି ନୂଆ କଥା ଶିଖିବାର ସୁଯୋଗ ପାଇବେ। ‌

publive-image

ବୃଷ: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ହେବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ପୂର୍ବ ଦାୟିତ୍ବକୁ ସଂପୂର୍ଣ୍ଣ କରିପାରିବେ। ‌

publive-image

ମିଥୁନ: ପରିସ୍ଥିତି ପୁରୁଣା ଜିନିଷକୁ ଆପଣଙ୍କ ଆଗରେ ଆଣି ଛିଡ଼ା କରିଦେବ। ଆପଣଙ୍କ ଚିନ୍ତା ବଢ଼ିପାରେ। ବ୍ୟବସାୟ ଚୁକ୍ତି ଫାଇନାଲ କରିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

publive-image

କର୍କଟ: ଆର୍ଥିକ ସ୍ଥିତିରେ ଉତ୍‌ଥାନ ପତନ ଲାଗି ରହିବ। ରାଜନୀତିରେ ସକ୍ରିୟ ଲୋକଙ୍କର ସାମାଜିକ ପ୍ରଭାବ ବଢ଼ିବ। ଜୀବନସାଥୀଙ୍କ ଠାରୁ ଯଥେଷ୍ଟ ପ୍ରେମ ପାଇବେ।‌

publive-image

ସିଂହ: ନକାରାତ୍ମକ ଚିନ୍ତା ମସ୍ତିଷ୍କରେ ପଶିବାକୁ ଦିଅନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କୁ ଭଲ ଖବର ମିଳିବ। ପ୍ରେମ ଜୀବନ ଭଲ ରହିବ।‌

publive-image

କନ୍ୟା: ସାମାଜିକ କାର୍ଯ୍ୟ କରିବେ। ଶତ୍ରୁ ଆପଣଙ୍କ ଆଗରେ ନତମସ୍ତକ ହେବେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।‌

publive-image

ତୁଳା: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ହେବ। ନୂଆ ବିଚାରକୁ ଖୋଲା ମନରେ ସ୍ବୀକାର କରନ୍ତୁ। ‌ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

publive-image

ବିଛା: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଉଦର ପୀଡ଼ାରୁ ଆରାମ ପାଇବେ। ଘରକୁ ବନ୍ଧୁ ଆସିବେ। ‌କାର ଚଳାଇବା ଶିଖି ପାରନ୍ତି।

publive-image

ଧନୁ: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଗୃହିଣୀଙ୍କ ଲାଗି ଉତ୍ତମ ସମୟ।

publive-image

ମକର: ଆପଣ ଯାହା ଚାହିଁବେ ତାହା ହାସଲ କରିପାରିବେ। ପାରିବାରିକ ଜୀବନ ସୁଖକର ହେବ। ବ୍ୟବସାୟରେ ସ୍ଥିରତା ବଜାୟ ରହିବ। ସାମାଜିକ କର୍ମୀଙ୍କ ଲାଗି ଦିନଟି ବହୁତ ଭଲ।

publive-image

କୁମ୍ଭ: ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଜାଗାରେ ଚାକିରି। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ ନୂଆ ଦାୟିତ୍ବ ଗ୍ରହଣ କରିବେ।

publive-imageମୀନ: ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। ବ୍ୟବସାୟ ଆରମ୍ଭ କରିବା ଲାଗି ନୂଆ ଯୋଜନା ସଫଳ ହେବ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ।