ମେଷ: ଜୀବନସାଥୀ ସହ ସମ୍ପର୍କ ସୁଖଦ ହେବ। ଟ୍ରାଭେଲ ଏଜେନ୍ସି ବ୍ୟବସାୟୀଙ୍କର ଉନ୍ନତି ହେବ। ଅଚାନକ ଏଭଳି ସଫଳତା ହାସଲ କରିବେ ଯାହାକୁ ବହୁ ଦିନରୁ ଖୋଜୁଥିଲେ।
ବୃଷ: ଆପଣଙ୍କ ଭିତରେ ପ୍ରଚୁର ଆତ୍ମବିଶ୍ବାସ ରହିବ। ଉନ୍ନତି ପାଇଁ ସୁଯୋଗ ପାଇବେ। ପରିବାର ସହ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ପ୍ରେମ ଜୀବନରେ ଶାନ୍ତି ବିରାଜମାନ ହେବ।
ମିଥୁନ: ଦିନଟି ଆପଣଙ୍କ ଲାଗି ଭଲ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସଭାକୁ ଯିବେ। ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।
କର୍କଟ: ପରିବାର ଲୋକଙ୍କ ସହଯୋଗ ପାଇବେ। ଉନ୍ନତିର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ରାଜନୀତିରେ ଆଶା ପୂରଣ ହେବ। ଛୋଟିଆ ସୁଯୋଗ ଆପଣଙ୍କୁ ଧନୀ କରିପାରେ।
ସିଂହ: ଆପଣ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଦରକାର। ଅଫିସ ଯିବା ସମୟରେ ଜିନିଷ ଓ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ସମ୍ପର୍କକୁ ନେଇ ମନରେ ପ୍ରଶ୍ନ ଉଠିପାରେ।
କନ୍ୟା: ପାରିବାରିକ ଜୀବନ ସୁଖମୟ ହେବ। ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରତ ସମୟରେ ପୂରା କରିନେବେ। ପୁରୁଣା ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସି ପାରନ୍ତି।
ତୁଳା: ଦୀର୍ଘ ଦିନର ଆଶା ପୂରଣ ହେବ। କାମ କରିବାର ନୂଆ କୌଶଳ ସମ୍ପର୍କରେ ବିଚାର କରିବେ। ବିରୋଧୀମାନେ ସମ୍ମୁଖକୁ ଆସିବା ପାଇଁ ଡରିବେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଫଳ ମିଳିବ।
ବିଛା: ଆପଣଙ୍କ କାର୍ଯ୍ୟ ସଫଳ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବନ୍ଧୁ ସହିତ ସମ୍ପର୍କ ମଜଭୁତ ହେବ। କୋର୍ଟ କଚେରି ମାମଲା ନେଇ ଭଲ ଖବର ପାଇବେ।
ଧନୁ: ବ୍ୟବସାୟ କାର୍ଯ୍ୟରେ ପ୍ରଗତି ହେବ। ଘରେ କୌଣସି ପ୍ରକାର ସଂଶୋଧନ କରିପାରନ୍ତି। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।
ମକର: ଜୀବନରେ ପରିବର୍ତ୍ତନ ଆଣିବା ଲାଗି ବିଚାର ବିମର୍ଶ କରିବେ। ସାଥିରେ କାମ କରୁଥିବା ଲୋକଙ୍କ ସହ କଥା ହେବେ। କଳାକ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
କୁମ୍ଭ: ନିତିଦିନିଆ କାର୍ଯ୍ୟ ସୁରୁଖୁରରେ ସରିବ। ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଭ୍ରମଣ ପାଇଁ ଯୋଜନା କରିପାରନ୍ତି। ଆନନ୍ଦରେ ସନ୍ଧ୍ୟା ସମୟ କଟିବ।
ମୀନ: ଜରୁରୀ କାମ ପୂରା କରିବା ଲାଗି ସହକର୍ମୀଙ୍କ ସହଯୋଗ ପାଇବେ। କୋର୍ଟ କଚେରି ମାମଲା ଠାରୁ ଦୂରରେ ରହନ୍ତୁ। ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ଆଲୋଚନା କରିବେ।