publive-imageମେଷ: କୌଣସି କଥାକୁ ନେଇ ସଂଶୟରେ ରହିବେ। କୌଣସି ନୂଆ କାମ ଶିଖିବେ। ପରିବାର ଲୋକଙ୍କ ସହିତ ସିନେମା ଦେଖିପାରନ୍ତି। ସମାଜରେ ମାନ ସମ୍ମାନ ମିଳିବ।

Advertisment

publive-imageବୃଷ: ଆପଣଙ୍କ ଭଲ ବ୍ୟବହାର ଭଲ ଦୃଷ୍ଟାନ୍ତ କରିବାରେ ସାହାଯ୍ୟ କରିବ। କାମ କରିବାର ନୂଆ ପଦ୍ଧତି ଲାଭ ଦେବ। ଠିକାଦାରଙ୍କୁ ଧନଲାଭ ହେବ। ସାଥୀ ଭାବନାକୁ ବୁଝିବେ। ‌

publive-imageମିଥୁନ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଅବସର ପାଇବେ। ଭାଇଭଉଣୀ ସହଯୋଗ କରିବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ସହପାଠୀ ମନର କଥା କହିବେ। ‌

publive-image

କର୍କଟ: ଅଫିସରେ ଫୋନ ବ୍ୟବହାର କମ୍ କରନ୍ତୁ। ଧାର ଦେବା ପୂର୍ବରୁ ପରାମର୍ଶ କରନ୍ତୁ। ନୂଆ କାର୍ଯ୍ୟ ପାଇଁ ଭାବି ପାରନ୍ତି। ଜୀବନସାଥୀ ସହ ଧର୍ମକାର୍ଯ୍ୟରେ ମନ ଲଗାଇବେ। ‌

publive-imageସିଂହ: ନୂଆ ଉତ୍ସରୁ ଧନ ମିଳିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିପାରେ। ବେପାର ଭାଗୀଦାରିରୁ ଲାଭ ହୋଇପାରେ। ଘରକୁ କୁଣିଆ ଆସିବେ। ସ୍ବାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ।

publive-imageକନ୍ୟା: ପରିବାରରେ ସୁଖ ବୃଦ୍ଧି ହେବ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଚାନକ ଧନଲାଭ ହେବ। ଦୀର୍ଘ ସମୟ ସୁସ୍ଥ ରହିବାକୁ ଭଲ ଖାଦ୍ୟ ଖାଆନ୍ତୁ। ‌

publive-imageତୁଳା: ମହିଳାମାନଙ୍କ ଲାଗି ଦିନଟି ଭଲ। ବ୍ୟବସାୟୀ କୌଣସି ଜରୁରୀ ବୈଠକରେ ଯୋଗ ଦେଇପାରନ୍ତି। ରାଜନେତା ଓ ସମାଜସେବୀଙ୍କ ଲାଗି ଦିନଟି ଭଲ ରହିବ।

publive-imageବିଛା: ଦିନଟି କ୍ୟାରିୟରରେ ନୂଆ ପରିବର୍ତ୍ତନ ଆଣିବ। ବ୍ୟବସାୟରୁ ଲାଭ ହେବ। ପରିବାରରେ ନୂଆ ସଦସ୍ୟଙ୍କ ପାଇଁ ଖୁସି ହେବେ। ଲେଖକ ନୂଆ କାହାଣୀ ଲେଖିବେ।

publive-image
ଧନୁ: ବ୍ୟବସାୟରେ ଦୂରକୁ ଯାଉଥିଲେ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। କୋରିୟର ବ୍ୟବସାୟୀଙ୍କର ଭଲ ଲାଭ ହେବ। ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ।

publive-image

ମକର: ଅଫିସ କାମକୁ ନେଇ ବିଚାର ବିମର୍ଶ ହୋଇପାରେ। କାମକୁ ପୂରା କରିବାରେ ଧ୍ୟାନ ଲାଗି ରହିବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

publive-image

କୁମ୍ଭ: ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ। କୌଣସି ବିଶେଷ କାମରେ ସଫଳତା ମିଳିବ। ବନ୍ଧୁ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।

publive-image

ମୀନ: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। କୌଣସି ଦାୟିତ୍ବକୁ ଅଣଦେଖା କରନ୍ତୁ ନାହିଁ। ସ୍ବାସ୍ଥ୍ୟ ଭଲ ରହିବ।