publive-imageମେଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଆନ୍ତୁ ମନର ଆଶା ପୂରଣ ହେବ। ଓକିଲ ବଡ଼ ମକଦ୍ଦମା ଜିଣିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।

Advertisment

publive-imageବୃଷ: ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗି ରହିବେ। ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନ କରିବେ। କାରବାରରେ ବାଧା ଦୂର ହେବ। ପାରିବାରିକ ଦାୟିତ୍ବ ସମ୍ପାଦନ କରିବେ। ‌

publive-imageମିଥୁନ: ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଶିକ୍ଷାକ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ପଇସା ନେଣଦେଣ ବେଳେ ସାବଧାନ ରହନ୍ତୁ।

publive-image

କର୍କଟ: ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ କାମରେ ସଫଳ ହେବେ। ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ବନ୍ଧୁଙ୍କ ଆଗମନ ଖୁସି ଦେବ। ଜମି ଓ ଯାନ କିଣିବା ଲାଗି ଦିନଟି ଭଲ।

publive-imageସିଂହ: ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ନିଜର ସାମର୍ଥ୍ୟରେ କାମକୁ ସରଳ ଭାବେ ପୂରା କରିନେବେ। ଜମି ଦଲାଲଙ୍କ ଲାଗି ଭଲ ଦିନଟିଏ। ସନ୍ତାନ ତରଫରୁ ଆପଣଙ୍କୁ ଖୁସି ଖବର ମିଳିବ।

publive-imageକନ୍ୟା: ଆପଣ ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ଅଫିସରୁ ଘରକୁ ଫେରିବା ବାଟରେ ବନ୍ଧୁ ସହିତ ଯୁକ୍ତିତର୍କ ହୋଇପାରେ। ପିଲା‌ର ପାଠପଢ଼ା ନେଇ ଅନ୍ୟ ବ୍ୟକ୍ତିଙ୍କ ପରାମର୍ଶ ନେବେ।

publive-imageତୁଳା: ଆପଣ ସକାରାତ୍ମକ ଭାବନାରେ ପୂର୍ଣ୍ଣ ରହିବେ। କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେବେ। ପାରିବାରିକ କାର୍ଯ୍ୟ ଲାଗି ଅଧିକ ଯାତାୟାତ କରିବାକୁ ପଡ଼ିପାରେ।

publive-imageବିଛା: ସକାରାତ୍ମକ ଭାବନା ଆପଣଙ୍କୁ ସଫଳତା ଆଡ଼କୁ ଆଗେଇ ନେଇଯିବ। ସମାଜରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ଅଫିସରେ ଆପଣଙ୍କ ପାଖ‌ରେ ଅଧିକ କାମ ରହିବ।

publive-imageଧନୁ: ବାପା ଓ ଭାଇଙ୍କର ସାହାଯ୍ୟ ପାଇବେ। କୌଣସି ନୂଆ କାମ କରିପାରନ୍ତି। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହୋଇଯିବେ। ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ।

publive-imageମକର: ନିଜର ଶକ୍ତିକୁ ଅନୁଭବ କରିବେ। ଏଭଳି କୌଣସି ଲୋକଙ୍କ ସହ ସାକ୍ଷାତ ହେବ ଯିଏ ଆପଣଙ୍କ ବ୍ୟବସାୟ ଲାଗି ସାହାଯ୍ୟକାରୀ ହେବେ। ପ୍ରେମ ଜୀବନ ମଧୁର ହେବ।

publive-image

କୁମ୍ଭ: ଜୀବନକୁ ଆହୁରି ଭଲ କରିବା ଲାଗି ଚେଷ୍ଟା କରିବେ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲିବ। କାହାରି ସହ କଥା ହେବାବେଳେ ଭାବିଚିନ୍ତି କଥା କୁହନ୍ତୁ।

publive-imageମୀନ: କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମ୍ନା କରିବାରେ ସକ୍ଷମ ହେବେ। ଆପଣଙ୍କର ଆନନ୍ଦଦାୟକ ବ୍ୟବହାର ପରିବାରରେ ଭଲ ପରିବେଶ ବନାଇବ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ।