ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ବାକିଥିବା କାମ ସଂପୂର୍ଣ୍ଣ ହୋଇଯିବ। କାରବାର ବୃଦ୍ଧି ପାଇଁ ଦିନଟି ଭଲ। ଜୀବନସାଥୀଙ୍କୁ ଭଲ ଉପହାର ଦେବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 

ବୃଷ: ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଜୀବନସାଥୀଠୁଁ ଭଲ ଖବର ଶୁଣିବାକୁ ପାଇବେ। ଘରୋଇ ଚାକିରିଆଙ୍କର ଦରମା ବୃଦ୍ଧି ହେବାର ଯୋଗ ଅଛି।

ମିଥୁନ: କୌଣସି ମାମଲା ନେଇ ଚିନ୍ତିତ ରହିବେ। ଭାବିଚିନ୍ତି ବ୍ୟବସାୟରେ ଭାଗୀଦାରି କରନ୍ତୁ। ଇଂଜିନିୟର ଛାତ୍ରଙ୍କ ଲାଗି କୌଣସି କଂପାନି ଚାକିରିର ସୁଯୋଗ ଆସିବ।

କର୍କଟ: କାରବାରରେ ଅଧିକ ଲାଭ ପାଇବେ। ଆପଣଙ୍କ ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ ରଖିବ। ଓକିଲଙ୍କୁ ବଡ଼ ମକଦ୍ଦମାରେ ସଫଳତା ମିଳିବ।

ସିଂହ: ଅଧୁରା କାମ ସଂପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଚାକିରିଆଙ୍କର ଉନ୍ନତି ହୋଇପାରେ। ଜୀବନସାଥୀଙ୍କ ଭାବନା ବୁଝିବାକୁ ଚେଷ୍ଟା କରିବେ।

କନ୍ୟା: ବ୍ୟବସାୟରେ ଅଗ୍ରଗତି ଲାଗି ନୂଆ ସୁଯୋଗ ପାଇବେ। କୌଣସି ବ୍ୟକ୍ତିଙ୍କ ସହ ବନ୍ଧୁତା ହେବ। କୋର୍ଟ କଚେରି ମାମଲାରେ ଜିତିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

 

ତୁଳା: ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ବାକିଥିବା ସରକାରୀ କାମ ପୂରା ହୋଇଯିବ। ଦାମ୍ପତ୍ୟ ଜୀବନରେ ଆପୋସ ସାମଞ୍ଜସ୍ୟ ଭଲ ରହିବ।

ବିଛା: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। କାରବାରରେ ଉନ୍ନତି ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ସାଙ୍ଗସାଥୀ ମେଳରେ ଆପଣଙ୍କ ବ୍ୟକ୍ତିତ୍ବ ନିଆରା ରହିବ।

 

ଧନୁ: କାମରେ ମନ ଲାଗିବା ଯୋଗୁଁ କାରବାର ବୃଦ୍ଧି ପାଇବ। ଚାକିରିରେ ଦରମା ବଢ଼ିପାରେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରିୟ ବନ୍ଧୁ ସହ ବାହାରକୁ ବୁଲି ଯିବେ।

 

ମକର: କାମର ବୋଝ ଅଧିକ ହୋଇପାରେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ବ୍ୟବସାୟର ପ୍ରଗତି ଲାଗି ଭଲ ଦିନଟିଏ।

 

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। ଲେଖକଙ୍କ ବିଚାରର ସମ୍ମାନ ହେବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

ମୀନ: ଅଫିସରେ ନୂଆ ଦାୟିତ୍ବ ପାଇପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ।

ସମ୍ବନ୍ଧିତ ଖବର