ମେଷ: ଅଫିସ କାମରେ ବାଧା ଆସିପାରେ। ଧୈର୍ଯ୍ୟଧରି କାମ କରନ୍ତୁ ଆପଣଙ୍କ ଲାଗି ଲାଭପ୍ରଦ ହେବ। ଅନୁଭବୀ ବ୍ୟକ୍ତିଙ୍କ ସହ ସାକ୍ଷାତରୁ ଲାଭ ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବୃଷ: ଉଚିତ ଯୋଜନା ଦ୍ବାରା କ୍ୟାରିଅର ପରିବର୍ତ୍ତନ ଭବିଷ୍ୟତ ଲାଗି ଲାଭଦାୟକ ହେବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ବ୍ୟବସାୟୀଙ୍କୁ ନୂଆ କାମ ମିଳିପାରେ।
ମିଥୁନ: କୌଣସି କାମରେ ବାହାରକୁ ଯାଉଥିଲେ ସଫଳତା ପାଇବେ। ସମ୍ବନ୍ଧରେ ମଧୁରତା ବଢ଼ିବ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଢ଼ିବ।
କର୍କଟ: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରୁଥିଲେ ସଫଳ ହେବେ। ନ ଭାବିଚିନ୍ତି ପଇସା ଧାର ଦିଅନ୍ତୁ ନାହିଁ। କୋର୍ଟ କଚେରିର ଫଇସଲା ଆପଣଙ୍କ ପକ୍ଷରେ ହେବ।
ସିଂହ: ଯାହା ବି କାମ କରିବେ କମ୍ ସମୟରେ ପୂରା ହୋଇଯିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମୀଙ୍କ ଲାଗି ଭଲ ଦିନଟିଏ।
କନ୍ୟା: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ। ପରିବାର ଲୋକଙ୍କ ସହ ଗମ୍ଭୀର ବିଷୟରେ କଥା ହେବେ। ନିଜର ମାନ ସମ୍ମାନ ପ୍ରତି ପୂରା ଧ୍ୟାନ ରଖନ୍ତୁ। ଖର୍ଚ୍ଚ ବଢ଼ିପାରେ।
ତୁଳା: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଧୈର୍ଯ୍ୟଧରି କାମ କରନ୍ତୁ। ଲେଖକ କୌଣସି ସମାରୋହରେ ସମ୍ମାନିତ ହେବେ। ଶିକ୍ଷାର୍ଥୀ ଏକାନ୍ତରେ ଅଧ୍ୟୟନ କରନ୍ତୁ, ପଢ଼ିବାରେ ମନ ଲାଗିବ।
ବିଛା: ଦିନ ସାରା ଖୁସି ରହିବେ। ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ ଓ ରଚନାତ୍ମକ କରିବେ। ବ୍ୟବସାୟୀଙ୍କୁ ଆଶା ଠାରୁ ଅଧିକ ଲାଭ ମିଳିବ। ନୂଆ ଚାକିରିର ସୁଯୋଗ ଅଛି।
ଧନୁ: ଆପଣ ଧୈର୍ଯ୍ୟଧରି କାମ କରିବା ଦରକାର। ବ୍ୟାଙ୍କ ଋଣ ନେବା ସମ୍ପର୍କିତ କାମ ସଂପୂର୍ଣ୍ଣ ହୋଇଯିବ। ବେପାରରେ ମନ ମୁତାବକ ଲାଭ ପାଇବେ। ବନ୍ଧୁମାନଙ୍କ ସହ ସନ୍ଧ୍ୟା ବିତିବ।
ମକର: ଘରେ କୌଣସି କଥା ନେଇ ବିବାଦ ହୋଇପାରେ। କୋର୍ଟ କଚେରି ମାମଲା ସମାଧାନ ହୋଇଯିବ। ଅଚାନକ ଧନଲାଭର ଯୋଗ ଅଛି। କିଛି ନୂଆ ଓ ସକାରାତ୍ମକ କରିବାକୁ ଭାବିବେ।
କୁମ୍ଭ: ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ ରହିବେ। କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ।
ମୀନ: ଜୀବନରେ ନୂଆ ଖୁସିର ସଂକେତ ମିଳିପାରେ। ନିଜର ଲୋକ ଆପଣଙ୍କୁ ଠିକ୍ ଦିଗରେ ନେଇଯିବେ। ବେପାର ଦିଗୁଣା ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଭଲ ଦିନଟିଏ।