ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦାମ୍ପତ୍ୟ ଜୀବନ ସୁଖରେ ପରିପୂର୍ଣ୍ଣ ରହିବ। ଜୀବନସାଥୀ ସହ ସମ୍ବନ୍ଧ ପ୍ରଗାଢ଼ ହେବ। ଭାଗୀଦାରି ବେପାରରେ ଆପଣଙ୍କୁ କିଛି ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

ବୃଷ: ଜୀବନସାଥୀଙ୍କ ଠାରୁ ଆର୍ଥିକ ସହଯୋଗ ପାଇବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ବାଂଛିତ ଲାଭ ମିଳିପାରେ। ବ୍ୟବସାୟ ସଂପର୍କିତ ଅଶାନ୍ତି ଦୂର ହେବ।

ମିଥୁନ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ବନ୍ଧୁର ବିବାହ କାର୍ଯ୍ୟକ୍ରମରେ ସାମିଲ ହେବେ। ନିଜର ବାଣୀ ଓ ବ୍ୟବହାରରେ ମଧୁରତା ଆଣନ୍ତୁ। ବେପାରରେ ଭଲ ଲାଭ ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କର୍କଟ: ଦୂରସ୍ଥାନକୁ ପ୍ରସ୍ଥାନ କରିପାରନ୍ତି। ବୈବାହିକ ଜୀବନରେ ତାଳମେଳ ବଜାୟ ରହିବ। ସ୍ବଭାବ, ଜୀବନଶୈଳୀ ପରିବର୍ତ୍ତନ କଲେ ଲାଭ ହେବ।

ସିଂହ: ବ୍ୟବସାୟୀଙ୍କୁ ମନ ଚାହୁଁଥିବା ପରିଣାମ ମିଳିବ। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିପାରେ। ପ୍ରେମୀଯୁଗଳ ଭାବିଚିନ୍ତି ସମ୍ବନ୍ଧକୁ ଆଗକୁ ବଢ଼ାନ୍ତୁ।

କନ୍ୟା: କୌଣସି ସମାରୋହକୁ ଯାଇପାରନ୍ତି। ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟୀଙ୍କୁ ମହିଳା ବନ୍ଧୁ ଠାରୁ ବଡ଼ ଅର୍ଡର ମିଳିପାରେ।

ତୁଳା: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ଖଟଣିରୁ ଆର୍ଥିକ ଲାଭ ମିଳିବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ମହିଳାମାନଙ୍କ ଲାଗି ଲାଭର ଯୋଗ ଅଛି। ଘରର ବାତାବରଣ ଠିକ୍ ରହିବ।

ବିଛା: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଚାକିରିଆଙ୍କୁ ମନ ଚାହୁଁଥିବା ଲାଭ ମିଳିବ। ମହିଳାମାନେ ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ଧନୁ: ଯେଉଁ କାମ ହାତକୁ ନେବେ ତାକୁ ପୂରା କରିବେ। ଆପଣଙ୍କ କାମ ଦେଖି ପିଲାମାନଙ୍କ ନୈତିକତା ବିକାଶ ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ମକର: ବନ୍ଧୁମାନଙ୍କ ସହିତ ସମୟ ବିତିବ। କୌଣସି ନିଷ୍ପତ୍ତି ନେବା ବେଳେ ଦ୍ବନ୍ଦ୍ବାତ୍ମକ ସ୍ଥିତି ଉତ୍ପନ୍ନ ହେବ। ବଡ଼ଙ୍କର ପରାମର୍ଶ ନିଅନ୍ତୁ, ଉଚିତ ମାର୍ଗ ଦର୍ଶନ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ପରିଣାମ ମିଳିବ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଝମେଲା ଠାରୁ ଦୂରରେ ରହନ୍ତୁ। ସ୍ବରୋଜଗାର କରୁଥିବା ବ୍ୟକ୍ତି ନୂଆ ଯୋଜନା ଆରମ୍ଭ କରିବେ। ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି।

ମୀନ: ଆପଣଙ୍କର ପରିଶ୍ରମ ଓ ନିଷ୍କପଟତାର ଶ୍ରେଷ୍ଠ ପରିଣାମ ପାଇବେ। ପଦୋନ୍ନତି ସୂଚୀରେ ଆପଣଙ୍କ ନାମ ସାମିଲ ହେବ। ବିତ୍ତିୟ ମାମଲାରେ ଆପଣଙ୍କୁ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ସମ୍ବନ୍ଧିତ ଖବର