ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କରିବେ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ ମାନ ସମ୍ମାନ ବଢ଼ିବ। ମହିଳା ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ। ‌

ବୃଷ: ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ବୈବାହିକ ସମସ୍ୟାର ସମାଧାନ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ‌

ମିଥୁନ: ଇଂଜିନିୟର ନିଜ ଅନୁଭବର ପ୍ରୟୋଗ ସଠିକ୍ ଦିଶାରେ କଲେ ଯାଇ ସଫଳତା ପାଇବେ। ଆୟର ଉତ୍ସ ବଢ଼ିବ ଏବଂ ଆର୍ଥିକ ସ୍ଥିତି ସୁଧୁରିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଆନନ୍ଦଦାୟକ ରହିବ। ‌

କର୍କଟ: କୌଣସି କାମ କରିବା ପୂର୍ବରୁ ବିଚାର କରି ନିଅନ୍ତୁ ଭଲ ହେବ। ପରିବାର ଲୋକଙ୍କ ସହଯୋଗରେ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ। ‌

ସିଂହ: ବନ୍ଧୁ ସହଯୋଗରେ ଅଧୁରା ଥିବା କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ଭଲ ଖବର ଶୁଣିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସ୍ବାସ୍ଥ୍ୟ ଠିକ୍ ରହିବ। ପ୍ରେମରେ ସଫଳତା ପାଇବେ। ‌

କନ୍ୟା: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି କାମ ସମ୍ବନ୍ଧରେ ଗଭୀର ଭାବେ ଚିନ୍ତା କରିପାରନ୍ତି। ଘର ଓ ଅଫିସ ପରିବେଶରେ ପ୍ରସନ୍ନତା ରହିବ। ଆପଣଙ୍କ ସହ ସବୁ କିଛି ଭଲ ହେବ। ‌

ତୁଳା: ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଆପଣଙ୍କ ଘରେ ଖୁସିର ଆଗମନ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ। ‌

ବିଛା: ନୂଆ କାମ ଆରମ୍ଭ କରନ୍ତୁ ଭାଗ୍ୟର ସହଯୋଗ ପାଇପାରିବେ। ଅଫିସ୍‌ରେ କୌଣସି କାମକୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ‌

ଧନୁ: ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟରେ ଲାଗି ରହିବ। ଚାକିରି ବ୍ୟବସାୟରେ ବିଶୃଙ୍ଖଳା ଦୂର ହେବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ‌

ମକର: ଆପଣଙ୍କର ସମୟ ପିଲାମାନଙ୍କ ସହିତ ବିତିବ। ପରିବାରରେ ଖୁସିର ମହୋଲ ରହିବ। କିଛି ନୂଆ ସକାରାତ୍ମକ କରିବାକୁ ଭାବିବେ। ଯୋଜନା ତିଆରି ଓ ପରିଶ୍ରମ କଲେ ଯାଇ ଲାଭ ପାଇବେ। ‌

କୁମ୍ଭ: ପରିବାରରେ କୌଣସି ଲୋକଙ୍କ ସହ କଳହ ହୋଇପାରେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ‌

ମୀନ: ପୂର୍ବରୁ କରି ଆସୁଥିବା କାମ ସଂପୂର୍ଣ୍ଣ ହୋଇଯିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ନିକଟ ସଂପର୍କୀୟଙ୍କର ପରାମର୍ଶ ନିଅନ୍ତୁ। କାରବାରରେ ଲାଗି ରହିଥିବା ଅବରୋଧ ଦୂର ହୋଇଯିବ।

ସମ୍ବନ୍ଧିତ ଖବର