ମେଷ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରର ସମାବେଶ ହେବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଭ୍ରମଣ ସୁଖ ପାଇବେ। ଖେଳାଳିମାନଙ୍କ ଲାଗି ଭଲ ଦିନଟିଏ।
ବୃଷ: ବଡ଼ ଅଧିକାରୀଙ୍କ ସହ ଭଲ ସମ୍ବନ୍ଧ ରଖନ୍ତୁ। କ୍ୟାରିଅରରେ ଉନ୍ନତିର ଯୋଗ ଅଛି। ଜମି ସମ୍ବନ୍ଧରେ ଖୁସି ଖବର ପାଇବେ। ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ।
ମିଥୁନ: ବ୍ୟବସାୟରେ ସଫଳତା ପାଇବେ। ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଆଇନ ଛାତ୍ର ନିଜ ସମୟର ସଦୁପଯୋଗ କରନ୍ତୁ।
କର୍କଟ: କୌଣସି କାମରେ ଜୀବନସାଥୀର ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ପରିବାରରେ ସୁଖଦ ପରିବେଶ ରହିବ। ବ୍ୟବସାୟରେ ଉନ୍ନତି ହେବ।
ସିଂହ: ଆପଣଙ୍କର ସବୁ କଷ୍ଟ ଦୂର ହେବ। ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। କାମରେ ଭାଇ ଭଉଣୀର ସହଯୋଗ ପାଇବେ। ପାଠପଢ଼ାରେ ଲାଗି ରହିଥିବା ବାଧା ଦୂର ହେବ।
କନ୍ୟା: ବେପାରରେ ଲାଭ ପାଇବେ। ଚାକିରିରେ ପଦୋନ୍ନତି ଯୋଗ ଅଛି। ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ।
ତୁଳା: ଶିକ୍ଷା ସଂସ୍ଥାରେ ଥିବା ଲୋକଙ୍କୁ ଲାଭ ମିଳିବ। ବ୍ୟବସାୟ ସମ୍ମିଳନୀରେ ଆପଣ ନିଜ କଥା ରଖିବେ। ରାଜନୀତିରେ ଥିବା ଲୋକ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି।
ବିଛା: କାମରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ। ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ପାରିବାରିକ ସମ୍ବନ୍ଧ ଆହୁରି ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଧନୁ: ଦିନଟି ଅନ୍ୟମାନଙ୍କ ସେବା ସତ୍କାରରେ ବିତିବ। ଲୋକେ ଆପଣଙ୍କ ବ୍ୟବହାର ଦ୍ବାରା ପ୍ରଭାବିତ ହେବେ। ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ପୂରା ସହଯୋଗ ମିଳିବ।
ମକର: କାମ ପାଇଁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ଉତ୍ସାହିତ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
କୁମ୍ଭ: କ୍ୟାରିଅରକୁ ନେଇ ଗହନ ଚିନ୍ତାରେ ରହିବେ। ଯେଉଁ କାମ ମନ ଲଗାଇ କରିବେ ସେଥିରେ ସଫଳତା ମିଳିବ। ପାରିବାରିକ ସୁଖ ବଢ଼ିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
ମୀନ: ଚାକିରି କ୍ଷେତ୍ର ଶୃଙ୍ଖଳିତ ହେବ। ବକେୟା ଅର୍ଥ ପାଇବେ। ବନ୍ଧୁଙ୍କ ଘରକୁ ଯିବାଆସିବା ଲାଗି ରହିବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।