ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କୁ ବ୍ୟବସାୟରେ ଯଥେଷ୍ଟ ସଫଳତା ମିଳିବ। ଧନସମ୍ପତ୍ତି ବୃଦ୍ଧି ହେବ। ପରିବାର ସହିତ ଆନନ୍ଦପୂର୍ବକ ସମୟ ଅତିବାହିତ କରିବେ।

ବୃଷ: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ବ୍ୟବସାୟ ଦିଗୁଣା ବୃଦ୍ଧି ପାଇବ। ବାଜେ କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ଇ˚ଜିନିୟରଙ୍କୁ ଭଲ ଚାକିରି ମିଳିପାରେ।

ମିଥୁନ: ଆପୋସ ମତଭେଦକୁ ପାସୋରି ସମ୍ବନ୍ଧକୁ କାଏମ୍‌ ରଖନ୍ତୁ। ବ୍ୟବସାୟରେ କୌଣସି ବି ନିଷ୍ପତ୍ତି ନେବା ବେଳେ ସାବଧାନ ରହନ୍ତୁ। ଚାକିରିରେ ଦରମା ବଢ଼ିପାରେ।

କର୍କଟ: ନିଜକୁ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ।

ସି˚ହ: ଖୁସ୍‌ ମିଜାଜରେ ରହିବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଚାକିରିଜୀବୀଙ୍କର ଦୁଃଖଦାୟକ ସ୍ଥାନକୁ ବଦଳି ହୋଇପାରେ।

କନ୍ୟା: ଜୀବନରେ ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ସମାଚାର ପାଇବେ। ଜୀବନସାଥୀଙ୍କର ଛୋଟଛୋଟ କଥାକୁ ଅଣଦେଖା କରନ୍ତୁ।

ତୁଳା: ନୂଆ କାମ ଆରମ୍ଭ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ଲାଭ ହେବ। ଚାକିରିରେ ଉନ୍ନତି ହୋଇପାରେ। ଜୀବନସାଥୀଙ୍କ ସହିତ ତର୍କବିତର୍କ କରନ୍ତୁ ନାହିଁ।

ବିଛା: ପୂଜାପାଠରେ ଅଧିକ ସମୟ ବିତିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ।

ଧନୁ: ଧର୍ମସ୍ଥାନକୁ ଯିବାର ଯୋଗ ରହିଛି। କାରବାରରେ କୌଣସି ଲୋକ ସହାୟକ ହେବେ। ଅଭିମାନ କରିଥିବା ପ୍ରିୟତମାଙ୍କୁ ମନାଇବା ପାଇଁ ଉପହାର ଦେଇପାରନ୍ତି।

ମକର: ଆପଣଙ୍କ ବଳ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଯାହା ବି କାମ କରିବେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ମଧୁର ହେବ। ଛାତ୍ରମାନେ ଲେଖାପଢ଼ାରେ ଧୢାନ ଦିଅନ୍ତୁ।

କୁମ୍ଭ: ଅତୀତର କୌଣସି କଥାକୁ ନେଇ ଅଶାନ୍ତିରେ ରହିବେ। ଅଫିସ କାମରେ ଆପଣଙ୍କ ସମ୍ମୁଖକୁ କୌଣସି ନୂଆ ଆହ୍ବାନ ଆସିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ମୀନ: ସ୍ବଭାବ ଶାନ୍ତ ଓ ବ୍ୟବହାର ମଧୁର ରହିବ। ରଚନାତ୍ମକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବ୍ୟବସାୟରେ ସବୁ କିଛି ଭଲ ହେବ। ପ୍ରେମ ସ˚ପର୍କ ନିବିଡ଼ ହେବ।

ସମ୍ବନ୍ଧିତ ଖବର