/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଅନୁଭବୀ ବ୍ୟକ୍ତିଙ୍କ ମତ ନେଇ କାମ ଆରମ୍ଭ କରନ୍ତୁ ସୁଫଳ ପାଇବେ। ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଆପଣ ଭାଗ୍ୟର ପୂରା ସହଯୋଗ ପାଇବେ। ବେପାର ବୃଦ୍ଧି ପାଇଁ ଦିନଟି ଭଲ। ପୁରୁଣା ବନ୍ଧୁଙ୍କୁ ମନେ ପକାଇପାରନ୍ତି। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ନିଜର ବ୍ୟବହାରରେ ସଂଯମ ରଖନ୍ତୁ। ନିହାତି ଆବଶ୍ୟକତା ନଥିଲେ ଦୂର ଯାତ୍ରା ପରିହାର କରନ୍ତୁ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଅଫିସର ଲୋକ ଆପଣଙ୍କ କାମର ଖୁବ୍ ପ୍ରଶଂସା କରିବେ। ବେପାରରେ ଲାଭ ହେବ। ଲୋକେ ଆପଣଙ୍କ ଦ୍ବାରା ଖୁବ୍ ପ୍ରଭାବିତ ହେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ସମାଜରେ ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ଘରର ମୁରବିଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତି ସୁଧୁରିବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ପାରିବାରିକ ସୁଖ ବୃଦ୍ଧି ହେବ। କୌଣସି ବି କାମ ମନ ଲଗାଇ କଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଶିକ୍ଷକ ଛାତ୍ରଛାତ୍ରୀଙ୍କୁ କିଛି ନୂଆ କୌଶଳ ଶିଖାଇବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: କ୍ୟାରିୟରରେ ଉନ୍ନତିର ଯୋଗ ରହିଛି। ଉପରିସ୍ଥ କର୍ମଚାରୀଙ୍କ ସହ ସମ୍ବନ୍ଧ ଭଲ ରଖିବାର ପ୍ରୟାସ ଫଳଦାୟକ ହେବ। କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିବେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର ପ୍ରୟୋଗ ଲାଗି ଦିନଟି ଭଲ। ଆପଣଙ୍କୁ ଜୀବନସାଥୀଙ୍କ ସହଯୋଗ ମିଳିବ। ଘରକୁ କୁଣିଆ ଆସିବେ। ଭୂସଂପତ୍ତି କିଣିବାର ଯୋଗ ଅଛି।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ବେପାର ବଢ଼ାଇବା ପାଇଁ ଜୀବନସାଥୀଙ୍କ ସହଯୋଗ ପାଇବେ। ଅଧ୍ୟାପକଙ୍କ ଲାଗି ଦିନଟି ଶୁଭ। ନୂଆ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ସହକର୍ମୀଙ୍କ ସହଯୋଗ ପାଇବେ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ବୟୋଜ୍ୟେଷ୍ଠଙ୍କ ମତ ନେଇ ବେପାର କରନ୍ତୁ। ଜୀବନସାଥୀଙ୍କୁ ଉପହାର ଦେଲେ ସମ୍ପର୍କ ସୁଦୃଢ଼ ହେବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ବିଶେଷ କାମରେ ବନ୍ଧୁଙ୍କ ସହଯୋଗ ପାଇବେ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ନୂଆ ପ୍ରକଳ୍ପ ମିଳିବ।
ମୀନ: ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ବକେୟା ଅର୍ଥ ପାଇବେ। ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହୋଇପାରନ୍ତି। ମହିଳାମାନଙ୍କର ଘରୋଇ ଦାୟିତ୍ବ ବଢ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)