ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆର୍ଥିକ ମାମଲାରେ କାହାରିକୁ ଭରସା କରନ୍ତୁ ନାହିଁ। ସ୍ବଭାବରେ ଅଳ୍ପ ପରିବର୍ତ୍ତନ ଆଣନ୍ତୁ। ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ।

ବୃଷ: ସମସ୍ତଙ୍କ ନଜରରେ ଭଲ ହୋଇ ରହିବେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ମିଥୁନ: କାରବାର ବୃଦ୍ଧି ଲାଗି ନୂଆ ଅବସର ପାଇବେ। କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କର୍କଟ: ଆପଣଙ୍କର ଧ୍ୟାନ ପୂର୍ବ କାମକୁ ସଂପୂର୍ଣ୍ଣ କରିବାରେ ଲାଗି ରହିପାରେ। କିଛି ଲୋକ ଆପଣଙ୍କ ପ୍ରତି ଈର୍ଷା ଭାବନା ରଖିବେ। ବିଶେଷ ପ୍ରସଙ୍ଗରେ ବିଚାର ବିମର୍ଶ କରିବାକୁ ପଡ଼ିପାରେ।

ସିଂହ: ଯାହା କାମ ଆରମ୍ଭ କରିବେ କମ୍ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଯିବ। କିଣାବିକା ଲାଗି ଦିନଟି ଭଲ। ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସଫଳତା ମିଳିବ।

କନ୍ୟା: ଚାକିରି ବୃତ୍ତିରେ ଭଲ ଖବର ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ପରିବାରରେ କୌଣସି ଲୋକଙ୍କ ସହ ମତଭେଦ ହୋଇପାରେ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ।

ତୁଳା: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ସିନେମା ଦେଖିବାର ଯୋଜନା କରିବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

ବିଛା: କାରବାରରେ ଲାଭ ହେବ। ନିଜର କାମ ଛାଡ଼ି ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

ଧନୁ: ପୂଜାପାଠରେ ସମୟ ବିତିବ। ସଂପର୍କୀୟଙ୍କ ଠାରୁ ଭଲ ଖବର ପାଇବେ। କୌଣସି କଥା ନେଇ ଆପଣ ଉତ୍ସାହିତ ରହିବେ। କାର୍ଯ୍ୟକ୍ଷେତ୍ରରେ କାମର ବୋଝ ବଢ଼ିପାରେ।

ମକର: ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଜିନିଷକୁ ଭଲଭାବେ ବୁଝିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ।

କୁମ୍ଭ: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ରହିଛି। ପ୍ରିୟତମଙ୍କ ସହ ସମ୍ବନ୍ଧ ମଧୁର ହେବ। ଆପଣଙ୍କ ପରାମର୍ଶ ଅଭାବରେ ଥିବା ଲୋକଙ୍କୁ ଲାଭ ଦେବ।

ମୀନ: ଏକାଗ୍ରତାର ସହ କରୁଥିବା କାମରେ ସଫଳ ହେବେ। ନିଜ ସାଥୀଙ୍କ ଠାରୁ କୌଣସି ଉପହାର ପାଇପାରନ୍ତି। ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ।

ସମ୍ବନ୍ଧିତ ଖବର