publive-image

Advertisment

ମେଷ: ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସ​ଫଳ ହେବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ବରିଷ୍ଠ ଓକିଲଙ୍କ ସହ ବୈଠକ କରିବାର ସୁଯୋଗ ପାଇବେ। ‌

publive-image

ବୃଷ: କୌଣସି କାମରେ ଅଧିକ ପରିଶ୍ରମ ଓ ସମୟ ଲାଗିପାରେ। ପରିବାର ଲୋକଙ୍କ ସହଯୋଗ ପାଇବେ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଚେଷ୍ଟା କରିବେ। ‌

publive-image

ମିଥୁନ: ଆପଣଙ୍କ ମନ ପୂଜାପାଠରେ ଲାଗି ରହିବ। ବକେୟା ଅର୍ଥ ମିଳିବାର ସମ୍ଭାବନା ଅଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ‌

publive-image

କର୍କଟ: ଆପଣଙ୍କର ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। କିଛି ନୂଆ ଲୋକଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ। ଆପଣଙ୍କୁ ଆର୍ଥିକ ଲାଭ ମିଳିବ।

publive-image

ସିଂହ: ନୂଆ ଲୋକଙ୍କ ସହିତ ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ସବୁ କଷ୍ଟ ଦୂର ହେବ। କାମରେ ବରିଷ୍ଠଙ୍କର ପରାମର୍ଶ ମିଳିବ। ବ୍ୟବସାୟୀ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ।

publive-image

କନ୍ୟା: ଭାବିଥିବା ଜରୁରୀ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଲୋକମାନଙ୍କୁ ନିଜ କଥାରେ ସହମତ କରାଇନେବେ। ପାରିବାରିକ ଜୀବନରେ ସୁଖୀ ରହିବେ।

publive-image

ତୁଳା: ଭ୍ରମଣ ସୁଖଦ ହେବ। ବେପାରୀଙ୍କୁ ଅଚାନକ ଲାଭ ହେବ। ଅସହାୟ ଲୋକଙ୍କୁ ସାହାଯ୍ୟ କରି ଖୁବ୍ ଖୁସି ଅନୁଭବ କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-image

ବିଛା: ସନ୍ଧ୍ୟା ପୂର୍ବରୁ କୌଣସି ଶୁଭ ଖବର ପାଇବେ। ପ୍ରିୟ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ଆପଣ ଦେଇଥିବା ଉପହାରରେ ଜୀବନସାଥୀ ଖୁସି ରହିବେ।

publive-image

ଧନୁ: ଆପଣଙ୍କୁ ନିଜ ପରିଶ୍ରମର ସଂପୂର୍ଣ୍ଣ ଫଳ ମିଳିବ। ଅଫିସରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

publive-image

ମକର: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ସମସ୍ୟା ସମାଧାନ କରିବାର ଉପାୟ ଶୀଘ୍ର ମିଳିପାରେ। ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ।

publive-image

କୁମ୍ଭ: ଆପଣଙ୍କ ଉପରେ କାମର ବୋଝ ଅଧିକ ରହିପାରେ। କୌଣସି କାମରେ ଅଭିଜ୍ଞ ଲୋକଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। କାରବାରରେ ଆପଣଙ୍କୁ ଲାଭ ହେବ।

publive-imageମୀନ: ଭାଗ୍ୟୋନ୍ନତି ପାଇଁ ସୁଯୋଗ ପାଇବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମରେ ଖୁସି ହୋଇପାରନ୍ତି। କାହାରି ପାରିବାରିକ ସମାରୋହକୁ ଯାଇପାରନ୍ତି।