ଜାଣନ୍ତୁ ଆଜିର ରାଶିଫଳ

ମେଷ: ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନ ବାହାରିବ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।

ବୃଷ: ବ୍ୟବସାୟୀ ନିଜର ଜରୁରୀ କାଗଜପତ୍ର ସମ୍ଭାଳି କରି ରଖନ୍ତୁ। କମିସନି କାମ କରୁଥିବା ଲୋକ ସାବଧାନ ରହିବା ଦରକାର। ଜୀବନସାଥୀଙ୍କୁ ଅଧିକ ସମୟ ଦେବେ।

ମିଥୁନ: ସ୍କୁଲ ଜୀବନର ସାଙ୍ଗ ସହ ଆପଣଙ୍କର ସ‌ାକ୍ଷାତ ହେବ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ। ଜୀବନସାଥୀ ସହ କାରବାର ବିଷୟରେ କଥା ହୋଇପାରନ୍ତି।

କର୍କଟ: ସାମାଜିକ କାର୍ଯ୍ୟ କରିବା ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ହେବ। ବେକାରଙ୍କୁ ଘରୋଇ ଉଦ୍ୟୋଗରେ ଚାକିରି ମିଳିପାରେ।

ସିଂହ: ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ରହିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ।

କନ୍ୟା: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ। ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଅଫିସରେ ନୂଆ ଦାୟିତ୍ବ ପାଇପାରନ୍ତି। ପ୍ରେମ ଜୀବନ ଭଲ ରହିବ।

ତୁଳା: କାମ କରିବା ସମୟରେ ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ବାନ ଆସିବ। ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ।

ବିଛା: ବାଟରେ ଯିବାବେଳେ ବନ୍ଧୁ ସହିତ ଦେଖା ହେବ। ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ।

ଧନୁ: ଆପଣଙ୍କ କହିବା ଶୈଳୀ ପାଇଁ ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। କୌଣସି ଛୋଟିଆ ସୁଯୋଗ ଆପଣଙ୍କୁ ଶେଠ କରାଇବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ମକର: ଅଫିସରେ ସାବଧାନ ରୁହନ୍ତୁ। କଠିନ ପରିସ୍ଥିତିରେ ବନ୍ଧୁ ସାହାଯ୍ୟ କରିବେ। କ୍ରିକେଟ ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଜୀବନସାଥୀଙ୍କ ପ୍ରତି ବ୍ୟବହାର ବଦଳାନ୍ତୁ। ‌

କୁମ୍ଭ: ଦିନଟି ଆପଣଙ୍କ ଲାଗି ବହୁତ ଭଲ। ବଡ଼ରୁ ବଡ଼ ସମସ୍ୟାର ସମାଧାନ ବାହାରିବ। ନୂଆ କାମ କରିବାର ସୁଯୋଗ ଆସିବ। ଯୁବତୀଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ମୀନ: କାମିକା ଲୋକଙ୍କ ସହ ସାକ୍ଷାତ ହେବ। ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ। ନୂଆ କାରବାରରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ମନରେ ପ୍ରେମ ଭାବନା ରହିବ।

ସମ୍ବନ୍ଧିତ ଖବର