ଜାଣନ୍ତୁ ଆଜିର ରାଶିଫଳ

ମେଷ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ଗଣମାଧ୍ୟମ କର୍ମଚାରୀଙ୍କ ଲାଗି ଦିନଟି ବହୁତ ଭଲ।

ବୃଷ: ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ବିରୋଧୀମାନେ ଆପଣଙ୍କ ଲାଗି ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।

ମିଥୁନ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆପଣଙ୍କର ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। ରାଜନୀତିରେ ଆର୍ଥିକ ଲାଭ ହେବ।

କର୍କଟ: ଆପଣ ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପଇସା ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ବ୍ୟବସାୟରେ ଉନ୍ନତି ହେବ।

ସିଂହ: ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଲାଗି ଯୋଜନା ତିଆରି କରିବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ।

କନ୍ୟା: ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ କାଟିବେ। ରୋଜଗାର ଲାଗି ନୂଆ ଜ୍ଞାନ ପାଇବେ। ଚାକିରିଆଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

ତୁଳା: ପାରିବାରିକ ମାମଲାକୁ ନେଇ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଜମି ବ୍ୟବସାୟୀ ଚୁକ୍ତି କରିବା ପାଇଁ କିଛି ଦିନ ଅପେକ୍ଷା କରନ୍ତୁ। ନୂଆ ଲୋକଙ୍କ ସହ ମିଶନ୍ତୁ, ଲାଭ ମିଳିବ।

ବିଛା: କୌଣସି ବିଶେଷ କାମ ଲାଗି ଆପଣଙ୍କୁ ପ୍ରୋତ୍ସାହନ ମିଳିବ। ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ଧନୁ: ଅଫିସରେ ସବୁ ଲୋକଙ୍କ ସହ ଭଲ ତାଳମେଳ ରହିବ। ଅଚାନକ ଧନ ପ୍ରାପ୍ତି ହେବ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ପ୍ରେମିକାଙ୍କୁ ଉପହାର ଦେବେ।

ମକର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହୋଇପାରେ। ଅଫିସ ପରିବେଶ ଆପଣଙ୍କୁ ଖୁସି କରିବ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ‌

କୁମ୍ଭ: ପୂଜାପାଠରେ ସମୟ ବିତିବ। ସୁସମ୍ବାଦ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। କାର୍ଯ୍ୟକ୍ଷେତ୍ରରେ ବଡ଼ ଆହ୍ବାନର ସମ୍ମୁଖୀନ ହେବେ। ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ।

ମୀନ: ଅଫିସ କାମରେ ବ୍ୟସ୍ତ ରହିବେ। ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। ପରିବାରରେ ଅଭାବ ଅନଟନ ଦେଖାଦେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ସମ୍ବନ୍ଧିତ ଖବର