ଜାଣନ୍ତୁ ଆଜିର ରାଶିଫଳ

ମେ‌ଷ: କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ସମାଜରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ଗୃହିଣୀମାନେ ଘରୋଇ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି।

ବୃଷ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ପରିବାରରେ ଖୁସି ବଜାୟ ରହିବ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ।

ମିଥୁନ: ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହୋଇପାରେ। ଉପାର୍ଜନ ପାଇଁ ନୂଆ ସୁଯୋଗ ସମ୍ମୁଖକୁ ଆସିବ। ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନ ମିଳିବ।

କର୍କଟ: କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇପାରନ୍ତି। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ବଡ଼ଙ୍କ ପ୍ରତି ଆପଣଙ୍କର ବ୍ୟବହାର ଭଲ ରହିବ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ।

ସିଂହ: ଅଫିସରେ ଦାୟିତ୍ବପୂର୍ଣ୍ଣ କାମ ମିଳିପାରେ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ପ୍ରେମରେ ସଫଳତା ପାଇବେ।

କନ୍ୟା: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଅଧିକାରୀଙ୍କ ସହ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ। ବନ୍ଧୁ ସହଯୋଗରେ ଆପଣଙ୍କ କାମ ସଂପୂର୍ଣ୍ଣ ହେବ।

ତୁଳା: ଆପଣଙ୍କ ଉଦାର ଭାବ ଲୋକମାନଙ୍କୁ ପ୍ରଭାବିତ କରିପାରେ। ନିଜର କାମ ନୂଆ ଉପାୟରେ ସମାପ୍ତ କରିପାରନ୍ତି। ବନ୍ଧୁମାନଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିପାରେ।

ବିଛା: କାମରେ ଖୁବ୍ ସକ୍ରିୟ ରହିବେ। ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବେ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଆର୍ଥିକ ପକ୍ଷ ସୁଦୃଢ଼ ରହିବ।

ଧନୁ: କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଜୀବନସାଥୀ ଆପଣଙ୍କୁ ପ୍ରଶଂସା କରିବେ।

ମକର: ଏଭଳି ଲୋକଙ୍କ ସହ ସାକ୍ଷାତ ହେବ ଯିଏ ଭବିଷ୍ୟତରେ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ହେବ। ଛାତ୍ରଙ୍କର ସାଙ୍ଗ ସହିତ ମିଳାମିଶା ବଢ଼ିବ।

କୁମ୍ଭ: ଆଧ୍ୟାତ୍ମିକ ଭାବନରେ ମନ ପୂର୍ଣ୍ଣ ରହିବ। ଆପଣ ଲୋକମାନଙ୍କ କଥା ଶୁଣିବାକୁ ପସନ୍ଦ କରିବେ। କାରବାରରେ ଯଥେଷ୍ଟ ଲାଭ ହେବ। ପ୍ରେମ ଜୀବନ ମଧୁର ରହିବ।

ମୀନ: ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ଚାକିରିଆଙ୍କୁ ଖୁସି ଖବର ମିଳିପାରେ। ଧାର୍ମିକ ସ୍ଥାନକୁ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

ସମ୍ବନ୍ଧିତ ଖବର