ମେଷ: ଠିକାଦାରୀଙ୍କୁ ନୂଆ କାମରୁ ଭଲ ଲାଭ ମିଳିବ। ବନ୍ଧୁମାନଙ୍କ ସହିତ ସୁଖ ସୌହାର୍ଦ ବଢ଼ିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।
ବୃଷ: ଇଂଜିନିୟର କୌଣସି ନୂଆ ଲକ୍ଷ୍ୟ ପୂରା କରିବେ। ନିଜ କ୍ୟାରିୟରକୁ ସୁଦୃଢ଼ କରିବାରେ ସଫଳ ହେବେ। ଘରୋଇ ଉଦ୍ୟୋଗର କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇପାରେ।
ମିଥୁନ: ବାହାରକୁ ବୁଲି ଯିବାର ଯୋଜନା କରିବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସହାୟଙ୍କୁ ସାହାଯ୍ୟ କରିବାର ଅବସର ପାଇବେ। ରକ୍ତଚାପ ସମସ୍ୟାରୁ ଆରାମ ପାଇବେ।
କର୍କଟ: ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହେବ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ଆବଶ୍ୟକ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ସୁଖଦ ହେବ।
ସିଂହ: ଅଯଥା କଥାଠୁଁ ଦୂରରେ ରହନ୍ତୁ। ଅଚାନକ ଧନଲାଭ ହେବ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ପରିବାରରେ କୌଣସି ଶୁଭ କାର୍ଯ୍ୟ ଲାଗି ଯୋଜନା ତିଆରି କରିବେ।
କନ୍ୟା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ଘରେ କ୍ଷୁଦ୍ର ସମାରୋହର ଆୟୋଜନ କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦେବା ଦରକାର।
ତୁଳା: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ। ବ୍ୟବସାୟୀଙ୍କୁ ବିକ୍ରିରୁ ଯଥେଷ୍ଟ ଲାଭ ମିଳିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଖୁସି ଖବର ମିଳିବ।
ବିଛା: ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶରେ ବ୍ୟାବସାୟିକ ଲାଭ ହେବ। କାମ ପ୍ରତି ଆସ୍ଥା ବଜାୟ ରଖନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନ ଦେଲେ ଯାଇ ସଫଳତା ପାଇବେ।
ଧନୁ: ଅଫିସରେ ନିଜର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ ଖୁସି ଖବର ପାଇବେ। ପରିବାରରେ ମତଭେଦ ଦୂର ହେବ।
ମକର: କାର୍ଯ୍ୟକ୍ଷେତ୍ରରେ ନମ୍ର ସ୍ବଭାବ ବଜାୟ ରଖନ୍ତୁ, କାମ କରିବା ସହଜ ହେବ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।
କୁମ୍ଭ: ବସ୍ତ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ନେଲେ ଆପଣଙ୍କୁ ଲାଭ ମିଳିବ। ପିଲାମାନଙ୍କ ମନରେ ନୂଆ ରୁଚି ଦେଖିବାକୁ ପାଇବେ।
ମୀନ: ଧାର ଦେଇଥିବା ପଇସା ପାଇବେ। ଓକିଲଙ୍କ ଲାଗି ଭଲ ଦିନଟିଏ। ପିଲାମାନଙ୍କୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ମିଳିବ। ଉଦର ପୀଡ଼ାରୁ ଆରାମ ପାଇବେ।