ମେଷ: ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ। ଯୋଜନା ଅନ୍ତିମ ମୁହୂର୍ତ୍ତରେ ପରିବର୍ତ୍ତନ କରିବେ। ଆମଦାନିର ନୂଆ ଉତ୍ସ ପାଇବେ। ବୈବାହିକ ଜୀବନ ଖୁସି ଭରା ରହିବ।
ବୃଷ: ନିଜ କାମ କରିବା ବେଳେ ସତର୍କ ରୁହନ୍ତୁ। ବନ୍ଧୁଙ୍କ ବ୍ୟବହାର ଆପଣଙ୍କୁ ଚକିତ କରିପାରେ। ପରିବାରରେ ଅଭାବ ଅନଟନ ଦେଖାଦେବ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।
ମିଥୁନ: ସାରାଦିନ ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଜରୁରୀ କାମ ପାଇଁ ଯାତାୟାତ ଅଧିକ କରିବାକୁ ପଡ଼ିପାରେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
କର୍କଟ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ଫିଲ୍ମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ସିଂହ: କୌଣସି କାମ ସଂପୂର୍ଣ୍ଣ କରିବା ଲାଗି ନିଜ ଉପରେ ଭରସା ରଖି ପରିଶ୍ରମ କରନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପ୍ରେମୀଯୁଗଳ ପରସ୍ପରଙ୍କ ସହ ଖୁସିର ମୁହୂର୍ତ୍ତ କାଟିବେ।
କନ୍ୟା: ପରିବାରର କୌଣସି ଦାୟିତ୍ବ ଆପଣଙ୍କ ପାଖକୁ ଆସିବ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।
ତୁଳା: ନିଜର ଶକ୍ତି ଅପଚୟ କରନ୍ତୁ ନାହିଁ। ବଡ଼ ସମସ୍ୟାର ସମାଧାନ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ବିଛା: ଠିକ୍ ତର୍କରେ ସଭିଙ୍କୁ ସହମତ କରାଇନେବେ। ଧନଲାଭର ସୁଯୋଗ ପାଇବେ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ବିବାହିତଙ୍କ ଲାଗି ଦିନଟି ଭଲ।
ଧନୁ: ଦିନଟି ବ୍ୟସ୍ତତାରେ କଟିବ। ଅଧୁରା କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ଚାକିରି ଖୋଜୁଥିବା ଯୁବକଙ୍କୁ ଶୁଭ ଖବର ମିଳିବ।
ମକର: କ୍ୟାରିୟର ସମ୍ପର୍କିତ ସମସ୍ୟାର ସମାଧାନ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ହେବ। ଅଫିସ କାମରେ ସଂପୂର୍ଣ୍ଣ ସଫଳ ହେବେ। କୌଣସି ପାଖ ଲୋକ ଆର୍ଥିକ ସହାୟତା ମାଗିବେ।
କୁମ୍ଭ: ସ୍ବଭାବକୁ ସଂପୂର୍ଣ୍ଣ କୋମଳ ରଖିବା ଆବଶ୍ୟକ। ମନର କଥା ମନରେ ରଖନ୍ତୁ, ସମୟ ଆପଣଙ୍କ ସପକ୍ଷରେ ନାହିଁ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ।
ମୀନ: ଅଧିକାଂଶ ଆହ୍ବାନ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। କୌଣସି ସାମାଜିକ ସଂଗଠନ ଆରମ୍ଭ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।