ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପରିବାରର ମତ ନିଅନ୍ତୁ। ଆପଣଙ୍କ ଭିତରେ ପ୍ରଚୁର ଶକ୍ତି ରହିବ। ପ୍ରତି ପଦକ୍ଷେପରେ ବନ୍ଧୁ ସହଯୋଗ ପାଇବେ। ଅଫିସରେ ନିଜ କାମରେ ମନ ଦିଅନ୍ତୁ।

ବୃଷ: ଅଫିସ କାମରେ ବ୍ୟସ୍ତ ରହିବେ। ରାଜନୀତିଆଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ମିଥୁନ: କାମରେ ବାହାରିବା ବେଳେ ବନ୍ଧୁ ଠାରୁ ଫୋନ୍‌ ଆସିବ। ଜୀବନକୁ ସୁନ୍ଦର ଭାବେ ଜିଇବାର ଚେଷ୍ଟା କରିବେ। ସବୁ କାମ ପୂରା ହୋଇଯିବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦୂର ହେବ। ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ପୁତ୍ରସୁଖ ମିଳିବ। ବ୍ୟବସାୟୀଙ୍କର ଆଶା ପୂରଣ ହେବ। ଲେଖାପଢ଼ାରେ ସାହାଯ୍ୟ ପାଇବେ।

ସିଂହ: ଧର୍ମକାର୍ଯ୍ୟରେ ମନ ଲାଗିବ। ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯିବେ। ଅଫିସରେ ମାନସିକ ସ୍ଥିତି ଖରାପ ହୋଇପାରେ। ସୋସିଆଲ୍ ମିଡିଆରେ ବନ୍ଧୁ ସଂଖ୍ୟା ବଢ଼ିବ।

କନ୍ୟା: ଆପଣଙ୍କ କାମର ପ୍ରଶଂସା ହେବ। ମହିଳାମାନେ ନିଜର ବ୍ୟବସାୟ ଆରମ୍ଭ କରିପାରନ୍ତି। ଆପଣଙ୍କ ଉପରେ ପରିବାର ଦାୟିତ୍ବ ବଢ଼ିବ। ଗୁରୁପାକ ଖାଦ୍ୟ ପରିହାର କରନ୍ତୁ।

ତୁଳା: ଭାଇ ଭଉଣୀଙ୍କ ସହିତ ଖୁବ୍ ମନୋରଂଜନ କରିବେ। ଅଳ୍ପଦିନ ହେଲା ନୃତ୍ୟ ସ୍କୁଲରେ ପ୍ରବେଶ କରିଥିଲେ, ମନ ଲଗାଇ ଶିଖନ୍ତୁ। ଭବିଷ୍ୟତରେ ଭଲ ସୁଯୋଗ ମିଳିବ।

ବିଛା: ଭଲ ଖବର ପାଇବେ। ଆତ୍ମବିଶ୍ବାସ ବଢ଼ିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ଅଫିସରେ ବନ୍ଧୁ ସହିତ ସମାରୋହ କରିପାରନ୍ତି। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ।

ଧନୁ: କାରବାରରେ ଭାବିଚିନ୍ତ ଆଗକୁ ବଢ଼ିବା ଉଚିତ। କାହାକୁ ଅଧିକ ଭରସା କରନ୍ତୁ ନାହିଁ। ସନ୍ତାନ ସୁଖଦ ଖବର ଆଣିବେ। ପ୍ରତିଯୋଗୀ ପରୀକ୍ଷାରେ ସନ୍ତୋଷଜନକ ଫଳ ପାଇବେ।

ମକର: ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳିବ। ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୈବାହିକ ଜୀବନରେ ସୁଖ ସନ୍ତୋଷ ବୃଦ୍ଧି ହେବ। ପ୍ରତ୍ୟେକ ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ।

କୁମ୍ଭ: ବସ୍ତ୍ର ବ୍ୟବସାୟୀଙ୍କ କାମ ଅନୁକୂଳ ରହିବ। ସାମାଜିକ କ୍ଷେତ୍ରରେ ଥିବା ଲୋକ ସମ୍ମାନିତ ହେବେ। ଲେଖକଙ୍କ ବିଚାରର ପ୍ରଶଂସା ହେବ। ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ।

ମୀନ: ବେକାରଙ୍କୁ ରୋଜଗାରର ସୁ‌ଯୋଗ ମିଳିବ। ଜୀବନସାଥୀ ସହ ବ୍ୟବହାରରେ କୋମଳତା ରଖନ୍ତୁ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ସହଯୋଗୀ ମାନଙ୍କର ଆବଶ୍ୟକତା ପଡ଼ିବ।

ସମ୍ବନ୍ଧିତ ଖବର