ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭଲଭାବେ କାମ କରିବା ପାଇଁ ଦିନଟି ଶୁଭ। ଆପଣଙ୍କ ପାଖ ଲୋକ ଭଲ ପରାମର୍ଶ ଦେବେ। ନବବିବାହିତ ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ।‌

ବୃଷ: ଅଫିସରେ ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ।‌

ମିଥୁନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

କର୍କଟ: ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ବ୍ୟବସାୟରେ ଅଚାନକ ଧନଲାଭର ସୁଯୋଗ ପାଇବେ। ଅଫିସରେ କୌଣସି ସହକର୍ମୀ ସହଯୋଗ କରିବେ।

ସିଂହ: ଆଗକୁ ବଢ଼ି ଚାଲିବା ପାଇଁ ଦିନଟି ଭଲ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

କନ୍ୟା: ନୂଆ କାମ ଆରମ୍ଭ କରିବା ଲାଗି ଧ୍ୟାନ କେନ୍ଦ୍ରୀତ କରିବେ। ଆପଣଙ୍କ ଜୀବନରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି।

ତୁଳା: ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ ମୁକାବିଲା କରିବେ। ଧନଲାଭର ନୂଆ ମଉକା ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ବିଛା: ବିବାଦଠୁଁ ଦୂରରେ ରୁହନ୍ତୁ। ଉତ୍ତମ ରୂପେ କାମ କଲେ ଆପଣଙ୍କୁ ସଫଳତା ମିଳିବ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ବାହାରିବ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: ଏକାଗ୍ରଚିତ୍ତରେ କରୁଥିବା କାମର ଭଲ ପରିଣାମ ପାଇବେ। ଅଯଥା ମାମଲାରେ ଦଖଲ ଦିଅନ୍ତୁ ନାହିଁ । ପ୍ରିୟଜନଙ୍କ ସହ ରାତ୍ରିଭୋଜନ କରିବେ।

କୁମ୍ଭ: ଅନ୍ୟମାନଙ୍କ କାମରେ ନିଜର ମତ ବ୍ୟକ୍ତ କରନ୍ତୁ ନାହିଁ। ଚାକିରିଆଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ।

ମୀନ: ନିଜ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନଜନକ ଲୋକଙ୍କ ସହିତ ମିଶି ପାରନ୍ତି। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

ସମ୍ବନ୍ଧିତ ଖବର