ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଏକ ନୂଆ ଦିଶା ନେଇ ଆସିବ। ସାକ୍ଷାତକାରରେ ସଫଳତାର ଯୋଗ ଅଛି। ବନ୍ଧୁ ସହିତ ଦୀର୍ଘ ସମୟ କଥା‌ ହେବେ। ଘରେ ଧାର୍ମିକ କାର୍ଯ୍ୟ ପାଇଁ ମନ ପ୍ରସ୍ତୁତ କରିପାରନ୍ତି।

ବୃଷ: ସପରିବାର ମନ୍ଦିରକୁ ଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟରୁ ଲାଭ ହେବ। ବନ୍ଧୁ ସହିତ ସାମଗ୍ରୀ କିଣିବା ଲାଗି ସହରକୁ ଯିବେ। ଇଂଜିନିୟିଂର ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ଦିନଟି ଜୀବନରେ ନୂଆ ପରିବର୍ତ୍ତନ ନେଇ ଆସିବ। ଆପଣ ଚିନ୍ତା ମୁକ୍ତ ରହିବେ। ବେପାରୀବର୍ଗଙ୍କୁ ଭଲ ଲାଭ ହେବ। ଦୂରସ୍ଥାନକୁ ଯାଇପାରନ୍ତି। ଛାତ୍ରୀଙ୍କ ଲାଗି ଦିନଟି ଭଲ।

କର୍କଟ: ବ୍ୟବସାୟ କାମରେ ଧନଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ରହିବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଲେଖକ କୌଣସି ନୂଆ କାହାଣୀ ଲେଖି‌ ପାରନ୍ତି।

ସିଂହ: କାମ ସାରିବା ଲାଗି ସହଯୋଗୀଙ୍କ ସାହାଯ୍ୟ ପାଇବେ। ଧନଲାଭ ଯୋଗ ଅଛି। ବୈବାହିକ ଜୀବନ ସୁଖକର ହେବ। ଅବିବାହିତଙ୍କ ଲାଗି ସଂପର୍କୀୟ ବିବାହ ପ୍ରସ୍ତାବ ନେଇ ଆସିବେ।

କନ୍ୟା: କାମରେ ଅଧିକ ଯା’ଆସ କରିବାକୁ ପଡ଼ିପାରେ। ଘର ସଜାଇବା କାମ କରାଇପାରନ୍ତି। ଜୀବନସାଥୀ ସହିତ ଭଲ ସ୍ଥାନକୁ ଯିବେ। ରକ୍ତଚାପ ରୋଗୀଙ୍କୁ ଆରାମ ମିଳିବ।

ତୁଳା: ଚାକିରି ଆଶାୟୀଙ୍କୁ ଭଲ ଜାଗାରେ ନିଯୁକ୍ତି ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଏବଂ କୃଷିଜୀବୀଙ୍କ ଲାଗି ଦିନଟି ଭଲ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ମିଳିବ।

ବିଛା: ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ସନ୍ତାନର ସଫଳତାରେ ଖୁସି ହେବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଗୃହିଣୀମାନେ ବ୍ୟସ୍ତ ରହିବେ।

ଧନୁ: ଶତ୍ରୁମାନଙ୍କ ପ୍ରତି ସାବଧାନ ରହିବା ଭଲ ହେବ। କାର ଚଳାଇବା ଶିଖି ପାରନ୍ତି। ଶରୀର ସୁସ୍ଥ ରହିବ। ଘରେ କୌଣସି ଶୁଭକାର୍ଯ୍ୟ ହେବାର ସମ୍ଭାବନା ରହିଛି।

ମକର: ଶିକ୍ଷାକ୍ଷେତ୍ରରେ ଥିବା ଲୋକଙ୍କର ଲାଭ ହେବ। ଠିକାଦାରଙ୍କୁ ନୂଆ ଠିକାରେ ଲାଭ ହେବ। କୌଣସି ବନ୍ଧୁ ଦେଖା କରିବା ପାଇଁ ଘରକୁ ଆସିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଜୀବନସାଥୀଙ୍କ ଉନ୍ନତି ପାଇଁ ଭଲ ଅବସର ମିଳିବ। କୋରିୟର ବ୍ୟବସାୟରେ ଥିବା ଲୋକଙ୍କୁ ଭଲ ଲାଭ ହେବ। ସୁଷମ ଖାଦ୍ୟ ଖାଆନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।

ମୀନ: ନିଜର ଓ ନିଜ ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନୂଆ ବ୍ୟବସାୟ ପାଇଁ ମନ ପ୍ରସ୍ତୁତ କରିବେ। ବିରୋଧୀମାନେ କ୍ଷତି କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ।

ସମ୍ବନ୍ଧିତ ଖବର