ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଲାଭର ଅବସର ପାଇବେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଅଚାନକ ସାକ୍ଷାତ ହେବ। ପାରିବାରିକ ଜୀବନରେ ଖୁସି ଆସିବ।

ବୃଷ: ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ଉତ୍ସାହିତ କରିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।

ମିଥୁନ: ଆପଣଙ୍କ ମନର ବିଚାର ପ୍ରଗତିର ଦ୍ବାର ଖୋଲିଦେବ। ଅଫିସରେ ବାକି କାମ ସଂପୂର୍ଣ୍ଣ ହୋଇଯିବ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ।

କର୍କଟ: ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଚେଷ୍ଟା କରିବେ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବେ କହିପାରିବେ। ଜୀବନସାଥୀ ଆପଣଙ୍କୁ ପ୍ରଶଂସା କରିବେ।

ସିଂହ: ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ। ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ସପରିବାର ଧର୍ମସ୍ଥାନକୁ ଯିବାର ଯୋଜନା କରିପାରନ୍ତି।

କନ୍ୟା: ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ଆୟ ଲାଗି ନୂଆ ଉତ୍ସ ସମ୍ମୁଖକୁ ଆସିବ। ବ୍ୟବସାୟ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ।

ତୁଳା: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ଆସିବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

ବିଛା: ଆପଣଙ୍କ ମନ ଅଧୁରା କାମ ସଂପୂର୍ଣ୍ଣ କରିବାରେ ଲାଗି ରହିବ। ଖେଳାଳିଙ୍କ ଲାଗି ଦିନଟି ଭଲ। ଆଖପାଖର ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ।

ଧନୁ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଅଫିସରେ କୌଣସି ମହତ୍ତ୍ବପୂର୍ଣ୍ଣ କାମ ମିଳିବ। ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ମକର: କୌଣସି ଜରୁରୀ କାମ ଶେଷ କରିବାରେ ସଫଳ ରହିବେ। ଜୀବନରେ ଲାଗି ରହିଥିବା ଚିନ୍ତା ଦୂର ହେବ। ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଆଶା କରିବେ।

କୁମ୍ଭ: କାରବାରରେ ଆପଣଙ୍କୁ ଲାଭ ହେବ। ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ଲାଗି ମାନ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବେ।

ମୀନ: ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ସମ୍ବନ୍ଧିତ ଖବର