ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ପ୍ରତିଟି କାର୍ଯ୍ୟ ଧୈର୍ଯ୍ୟ ଓ ବୁଦ୍ଧିମତ୍ତା ଯୋଗେ ସଂପୂର୍ଣ୍ଣ କରିବେ। ନବବିବାହିତଙ୍କ ଜୀବନରେ ଖୁସି ବଢ଼ିବ। ଚାକିରିରେ ଦରମା ବଢ଼ିପାରେ।

ବୃଷ: ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ବଜାୟ ରହିବ। ସୁସମ୍ବାଦ ପାଇବେ। ଆପଣ ସନ୍ଧ୍ୟାରେ କୌଣସି ସମାରୋହ‌ରେ ସାମିଲ ହେବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ପାରିବାରିକ ମାମଲାକୁ ନେଇ ଅଧିକ ଯାଆସ କରିବେ। କାମରେ ବନ୍ଧୁଙ୍କୁ ସାହାଯ୍ୟ ମାଗି ପାରନ୍ତି। ଭାଇଭଉଣୀଙ୍କ ସହିତ ମତଭେଦ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

କର୍କଟ: ଦିନଟି ଆପଣଙ୍କ ଲାଗି ନୂଆ ପରିବର୍ତ୍ତନ ଆଣିବ। ବାଲ୍ୟବନ୍ଧୁ ସହ ମିଶିବାର ମଉକା ପାଇବେ। ରାଜନୀତିରେ ସଫଳତା ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ସିଂହ: ଦିନଟି ଆପଣଙ୍କ ଲାଗି ଖୁସିରେ ପୂର୍ଣ୍ଣ ରହିବ। ଆୟର ନୂଆ ଉତ୍ସ ପାଇବେ। ପ୍ରେମୀଯୁଗଳ ଜଣେ ଅନ୍ୟର ଭାବନାଙ୍କୁ ସମ୍ମାନ କରିବେ। ଚାକିରିରେ ଦରମା ବୃଦ୍ଧି ହୋଇପାରେ।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ। ଆପଣ କୌଣସି ବିଶେଷ କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପରିବାର ସହ ସିନେମା ଦେଖିବାର ଯୋଜନା କରିବେ।

ତୁଳା: ପାରିବାରିକ ପରିବେଶ ବହୁତ ଭଲ ରହିବ। ଆପଣଙ୍କ କାମରେ ପରିବାର ଲୋକ ସହଯୋଗ କରିବେ। ଆପଣଙ୍କ ଭାବନା ଓ ବ୍ୟବହାରରେ ଭାରସାମ୍ୟ ରଖିବା ଦରକାର।

ବିଛା: ନୂଆ ଲକ୍ଷ୍ୟ ନିର୍ଦ୍ଧ‌ାରଣ କରିବେ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାରେ ସଫଳ ହେବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଖବର ମିଳିବ।

ଧନୁ: କାରବାରରେ କିଛି ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ସମାଜରେ ଆପଣଙ୍କର ପ୍ରଶଂସା ହେ‌ବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ସ୍ବାସ୍ଥ୍ୟ ଭଲ ରହିବ।

ମକର: ଅଫିସ କାମରେ ବ୍ୟସ୍ତ ରହିବେ। ଘରୋଇ ସାମଗ୍ରୀ କିଣିବାରେ ଖର୍ଚ୍ଚ କରିବେ। ଜମି କିଣିବାର ଯୋଗ ଅଛି। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ।

କୁମ୍ଭ: କୌଣସି ବିଶେଷ କାମରୁ ଲାଭ ହେବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମୀନ: ଦିନଟି ଆପଣଙ୍କ ଲାଗି ଲାଭଦାୟକ। ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।

ସମ୍ବନ୍ଧିତ ଖବର